ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୫ ଘଣ୍ଟା ଚାଲିବ

0
359
ବ୍ୟୟବରାଦ ବିଲରେ ଲାଗିବ ମୋହର
ବ୍ୟୟବରାଦ ବିଲରେ ଲାଗିବ ମୋହର

ଭୁବନେଶ୍ୱର : ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ। ୨୬ ଦିନ ଧରି ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ବସିବ ଏବଂ ଅପରାହ୍ନ ୪ଟା ରୁ ୬ଟା ଯାଏଁ ଚାଲିବ। ଏପରି ପ୍ରତିଦିନ ୫ ଘଣ୍ଟା ଚାଲିବ ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅତିରିକ୍ତ ବଜେଟ୍ ୫ଟା ବେଳେ ଉପସ୍ଥାପନ ହେବ। ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ। ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ। ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ। ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି।

ସର୍ବଦଳୀୟ ବୈଠକ ଆରମ୍ଭରୁ ହିଁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠୀ । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପ ନେତା ଉପସ୍ଥିତ ରହୁଥିଲେ। କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପ ନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି। ଏହା ବାଦ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି। ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ଥିଲେ ବି ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବର୍ଜନ କରିଛି ଦଳ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି।

Also Read  KIMS Doctors Successfully Treat Patient Afflicted With ‘Nodopathy’, An Extremely Rare Neurological Disorder