ସଂସଦରେ ୧୨ ସାଂସଦ ନିଲମ୍ବିତ : କେଉଁ ଦଳରୁ କେତେ ସାଂସଦ ଜାଣନ୍ତୁ ?

0
329
Sabka Bima Sabki Raksha
22 AIIMS Approved With 19 AIIMS Having Undergraduate Courses

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି। ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ ବିରୋଧୀ। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି। ସମ୍ପୃକ୍ତ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିବା ସହ ଗୃହ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ଭଭୟ ସଦନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ନାରାବାଜି କରିଥିଲେ। ସେମାନେ ୩ କୃଷି ଆଇନ ରଦ୍ଦ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ତେବେ ହୋହଲ୍ଲା ପାଟିତୁଣ୍ଡ ଭିତରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଛି। ତେବେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଥିଲେ ବି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଏଲାରାମ କରିମ (ସିପିଏମ), ଫୁଲୋ ଦେବୀ ନେଟମ୍ (INC), ଛାୟା ଧର୍ମ (INC), ରିପୁନ୍ ବୋରା (INC), ବିନୋ ବିଶ୍ୱାମ (ସିପିଆଇ), ରାଜାମଣି ପଟେଲ (INC), ଡୋଲା ସେନ୍ (ଟିଏମସି), ଶାନ୍ତ ଛତ୍ରୀ (ଟିଏମସି), ସୟଦ ନାସିର ହୁସେନ୍ (INC), ପ୍ରିୟଙ୍କା ଚାଟୁର୍ବେଡି (ଶିବସେନା),ଅନିଲ ଦେଶାଇ (ଶିବସେନା), ଅଖିଳେଶ ପ୍ରସାଦ ସିଂ (INC) ।

Also Read  ପଞ୍ଚାୟତ ନିର୍ବାଚନ : ପୁରୀରେ ବିଜେଡିର ପ୍ରଶିକ୍ଷଣ ଶିବିର ଆରମ୍ଭ