ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା

0
54

କଟକ: ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା। ଜାନୁଆରି ପହିଲାକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଜାନୁଆରି ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜାନୁଆରୀ ୫ ରୁ ୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାଯାଇଛି। ଏନେଇ ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଦଶମ ସମେଟିଭ୍‌ ୧ ପରୀକ୍ଷା ଡିସେମ୍ବର ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତାକୁ ଘୁଞ୍ଚାଇ ଜାନୁଆରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୫ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ। ସବୁ ଜିଲ୍ଲାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଫର୍ମ ଫିଲପ୍ ସରିଯାଇଛି। ବର୍ତ୍ତମାନ ଡାଟା ବେସ୍ ପ୍ରସ୍ତୁତ ଚାଲିଛି।  ଏଥିପାଇଁ ଫର୍ମ ଫିଲ-ଅପ ମଧ୍ୟ ସରିଛି। ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ ବୋଲି ଜଣାଯାଇଛି।

ଏହି ପରୀକ୍ଷା ପାଇଁ ପିଲାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସେଣ୍ଟର ହୋଇଛି। ଯେମେତି ବୋର୍ଡ ପରୀକ୍ଷା ହୁଏ ସେମିତି ଢାଞ୍ଚାରେ ସମେଟିଭ୍ ୧ ପରୀକ୍ଷା ହେବ ବୋଲି ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରମାନେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଡମିସନ ନେଇପାରିବେ ନାହିଁ, ସେମାନେ ଡିସେମ୍ବର ୩ ରୁ ୭ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କାର୍ଯ୍ୟାଳୟରେ ଅଫଲାଇନ୍ ପଞ୍ଜୀକରଣ କରିପାରିବେ।

LEAVE A REPLY

Please enter your comment!
Please enter your name here