ବାଣପୁର: ଜାମିନ ଖାରଜ ହେବା ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଆଜି କୋର୍ଟରେ ହାଜର ହେବା ପରେ ପୁଣି ଜେଲକୁ ଫେରିଛନ୍ତି ଚିଲିକା ବିଧାୟକ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । ତେବେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ କହିଥିଲେ ମେ’ ୨୩ ତାରିଖ ସୁଦ୍ଧା ତାଙ୍କୁ ଜେଲ ଯିବାକୁ ପଡ଼ିବ ।
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯେଉଁଭଳି ଭାବେ ଅଭିଯୁକ୍ତ ଜଣକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଏବଂ ଅନେକ ଲୋକଙ୍କୁ ଆହତ କଲେ, ଏହା ଜଣେ ଜନପ୍ରତିନିଧିଙ୍କୁ ଆଦୌ ଶୋଭା ଦିଏ ନାହିଁ । ତାଙ୍କୁ ଜାମିନ ଦେଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି କୋର୍ଟ ଆଶଙ୍କା ପ୍ରକଟ କରୁଛନ୍ତି ।