ଓମିକ୍ରନ ଚିହ୍ନଟ ପାଇଁ ୫ଲକ୍ଷ ଓମିସିଓର କିଟ୍ ଅର୍ଡର କଲା ଓଡ଼ିଶା

0
540
୫ଲକ୍ଷ ଓମିସିଓର କିଟ୍ ଅର୍ଡର କଲା ଓଡ଼ିଶା
୫ଲକ୍ଷ ଓମିସିଓର କିଟ୍ ଅର୍ଡର କଲା ଓଡ଼ିଶା

ଭୁବନେଶ୍ୱର: ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) କୁ ଅର୍ଡର ଦେଇଥିବା ଜଣାପଡ଼ିଛି।

ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) କୁ ଅର୍ଡର ଦେଇଥିବା ଜଣାପଡ଼ିଛି।

ଓମିକ୍ରନ ଭୂତାଣୁ ଚିହ୍ନଟ ନିମନ୍ତେ ଅନ୍ୟ କିଟ୍ ବ୍ୟବହାର କରାଯାଉଛି । ଭାରତରେ ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଥିବା କିଟ୍ ଆମେରିକାର ଥର୍ମୋ ଫିସର କମ୍ପାନି ବିକଶିତ କରିଛି। ଭାରିଆଣ୍ଟକୁ ଚିହ୍ନିବା ପାଇଁ ଏହା ଏସ ଜିନ୍ ଟାର୍ଗେଟ୍ ଫେଲିଓର ଷ୍ଟ୍ରୋଟେଜି (ଏସଜିଟିଏଫ) ରଣନୀତି ବ୍ୟବହାର କରୁଛି। ଏବେ ଆଇସିଏମଆର ଟାଟାର ଯେଉଁ କିଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ତାହାର ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।

Also Read  ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳର ଉଦବେଗ