ନବରଙ୍ଗପୁର ଓ କଳାହାଣ୍ଡିରେ ମୃଦୁ ଭୁମିକମ୍ପ : ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଲେ

0
462

ନବରଙ୍ଗପୁର : ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ । ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ । ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଭୂପୃଷ୍ଠ ଥରିଥିବା ସୂଚନା । ଫଳରେ  ଲୋକମାନେ  ଭୟଭୀତ  ହୋଇ ଘର ବାହାରକୁ ପଳାଇ ଆସିଥିଲେ।

ପୂର୍ବାହ୍ନ ୧୧ଟା ୨୩ ମିନିଟ୍ ୩୪ ସେକେଣ୍ଡ ସମୟରେ ଏହି ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି  ଭୁମିକମ୍ପ  ୬ରୁ ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିବା କୁହାଯାଉଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ଜଣାପଡ଼ିଛି। ପାଖାପାଖି ୧୪ଟି ପଞ୍ଚାୟତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନରେ ଚନ୍ଦାହାଣ୍ଡିରେ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଥରିବାକୁ ଲାଗିଥିଲା। ତେବେ ଏହା ଅଳ୍ପ କିଛି ମାତ୍ର ସେକେଣ୍ଡ ପାଇଁ ଏପରି ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

 

Also Read  Rain: Orange warning issued for 9 districts