ମନୀଷ ଅନୁରାଗ ହତ୍ୟାକାଣ୍ଡ : ହୋଟେଲ ମାଲିକ, ବାର୍ ମ୍ୟାନେଜର ଓ କନେଷ୍ଟବଳ ଗିରଫ

0
492
ସାଉଥ୍ ସିଟି ବାର୍‌ର
ସାଉଥ୍ ସିଟି ବାର୍‌ର

ଭୁବନେଶ୍ବର, ୨୩ା୧୦: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ପଦାକୁ ଆସିଥିଲା କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ କାରନାମା। ଯେଉଁଥିପାଇଁ ତାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା। ଆଉ ଏବେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ସାଉଥ୍ ସିଟି ବାର୍‌ର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ମ୍ୟାନେଜର ସୌଭିକ ଜେନା ଗିରଫ ହୋଇଛନ୍ତି। କୋଭିଡ ଗାଇଡଲାଇନ ଉଲଙ୍ଘନ କରିବା, ବେଆଇନ ଭାବେ ବାର ଖୋଲିବା ଓ ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରସନ୍ନ ବେହେରାଙ୍କ ନାମରେ ଦଫା ୧୨୦(ବି), ୨୬୯, ୨୭୦, ୫୨ ଅବକାରି ଆକ୍ଟ, ୩, ୫, ୯୬ରେ ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରିଛି।ଏଣେ କମିସନରେଟ ପୁଲିସ ଗତକାଲିଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛି। ଗତକାଲି ହୋଟେଲ ସାଉଥ ସିଟିରେ ପୁଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୁଲିସ ବିପୁଳ ପରିମାଣର ମଦ ଜବତ କରିଥିଲା ।

ସୂଚନା ଅନୁଯାୟୀ,ଶେଷଥର ପାଇଁ ମନୀଷ ଅନୁରାଗଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ପାତ୍ରପଡ଼ା ସ୍ଥିତ ଏହି ସାଉଥ୍ ସିଟି ହୋଟେଲ୍‌ ବାର୍‌ରେ ଦେଖିବାକୁ ମିଳିଥିଲା। ଆଉ ଏହି ବାର୍‌କୁ ବେଆଇନ ଭାବେ ଚଲାଇଥିଲେ ନିଲମ୍ବିତ କନଷ୍ଟେବଲ ପ୍ରସନ୍ନ ବେହେରା। ସେ ହାବିଲଦାର-କନଷ୍ଟେବଲ ସଂଘର ସଂପାଦକ ମଧ୍ୟ ଅଛନ୍ତି। ସାଉଥ୍ ସିଟି ହୋଟେଲ୍‌ ବାର୍‌ର ମାଲିକ ହେଉଛନ୍ତି ପ୍ରଦ୍ୟୁମ୍ନ ଜେନା। କିନ୍ତୁ ସେ ବାର୍ ଚଲାଇ ପାରି ନଥିଲେ। ତେଣୁ କନଷ୍ଟେବଲ ପ୍ରସନ୍ନ ବେହେରା ଏହାକୁ ନିଜ ଭାଇ ନାଁରେ ନେଇ ଚଲାଉଥିଲେ। ବାର୍ ଚଲାଇବା ପାଇଁ ଲାଇସେନ୍ସ ନଥିଲା। ତା’ ସତ୍ତ୍ୱେ ପ୍ରସନ୍ନ ଓ ପ୍ରଦ୍ୟୁମ୍ନ ସେଠାରେ ବାର୍ ଚଲାଇଥିଲେ। ପୁଣି କୋଭିଡ୍ ନିୟମ ଭାଙ୍ଗି ଏହି ବାର୍‌କୁ ଚଲା ଯାଉଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଯୁବକ,ଯୁବତୀ ନାଚୁଥିଲେ। ସେଥିପାଇଁ ପ୍ରସନ୍ନଙ୍କ ସହିତ ପ୍ରଦ୍ୟୁମ୍ନଙ୍କୁ ମଧ୍ୟ ଗିରଫ କରାଯାଇଛି।

Also Read  ନୂଆ କରୋନା ଭୂତାଣୁ ଓମିକ୍ରୋନ୍ ପାଇଁ ଭାରତରେ ସ୍ଥିତି କ’ଣ ? ଜାଣନ୍ତୁ......

LEAVE A REPLY

Please enter your comment!
Please enter your name here