ଓଏଏସ ନିଯୁକ୍ତି ବିବାଦ ମାମଲା : ପଦବୀକୁ ବୈଧ ଘୋଷଣା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

0
1036
ଉଚ୍ଚ ନ୍ୟାୟାଳୟ
ଉଚ୍ଚ ନ୍ୟାୟାଳୟ

କଟକ, ୨୬ା୧୦: ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାର ଆଜି ଶୁଣାଣି କରିଛନ୍ତି। ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ୩୭୮ ଟି ଓଏଏସ ପଦବୀ ନିଯୁକ୍ତିକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ବେଳେ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ ୨୦୦୬ରେ ଓଏଏସ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ସ୍ୟାଟ। ସ୍ୟାଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିଲା ମାମଲା। ପ୍ରଥମେ ସ୍ୟାଟ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ଆଜି ମାମଲାର ରାୟ ପ୍ରକାଶ ପାଇଛି। ଏହାର ଶୁଣାଣି କରି ଉଚ୍ଚନ୍ୟାୟାଳୟ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବା ସହ ୩୭୮ ପଦକୁ ବୈଧ ଘୋଷଣା କରିଛନ୍ତି।

Also Read  ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣ ପଜିଟିଭ୍ ଚିହ୍ନଟ