କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି : ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା

0
210
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି

୫ରୁ ୭ ନଭେମ୍ବର ଯାଏଁ ୧୪୭ ନିର୍ବାଚନମଣ୍ଡଳୀରେ ପ୍ରତିବାଦ 

ଭୁବନେଶ୍ୱର: ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଇନ୍ଧନ ଗ୍ୟାସ୍ ଦର ହଜାରେ ଟଙ୍କା ପାଖାପାଖି ରହିଛି । ଏହା ମଧ୍ୟବିତ୍ତଙ୍ଗ ଲାଗି ବୋଝ ଉପରେ ନଳିତା ବିଡ଼ା । ଦର ବୃଦ୍ଧି ଯନ୍ତ୍ରଣାଦାୟକ, ଦୁର୍ଭାଗ୍ୟ ଜନକ ବୋଲି କହିଛି ବଜେଡି । ଜୁଲାଇରୁ ଅକ୍ଟୋବର ମଧ୍ୟରେ ୯୦ ଟଙ୍କା ବଢ଼ିଛି ଗ୍ୟାସ୍ ଦର । ଖାଲି ଗ୍ୟାସ୍ ନୁହେଁ ପେଟ୍ରୋଲ ଓ ଡିଜେଲ୍ ଦର ସବୁଦିନ ବଢ଼ି ବଢ଼ି ଚାଲିଛି । ଦରବୃଦ୍ଧି ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଆସନ୍ତାକାଲି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଦେବ । ଏନେଇ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ଆସନ୍ତା ନଭେମ୍ବର ୧ ତାରିଖରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେବ। ଏହାଛଡ଼ା ଆସନ୍ତାକାଲି ଦଳ ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ ଓ ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ପ୍ରମିଳା। ୫ରୁ ୭ ନଭେମ୍ବର ଯାଏଁ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି କାରଣରୁ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ।

୨୦୧୯ରେ ଦ୍ୱିତୀୟ ଥର ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ୨ ବର୍ଷ ଭିତରେ ତୈଳଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କେବଳ ଇନ୍ଧନ ଦର ନୁହେଁ, ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିଛି । ତୈଳଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ି ସବୁଦର ବଢ଼ିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ୪୦ରୁ ଶହେ ପ୍ରତିଶତ ବଢ଼ିଛି ।

ମହାମାରୀ ଓ ଲକଡାଉନ୍ ଯୋଗୁଁ ଲୋକେ ପରିବାର ପ୍ରତିପୋଷଣ ପାଇଁ ସଂଗ୍ରହ କରୁଛନ୍ତି । କଷ୍ଟ ଅଫ୍ ଲିଭିଂ ୩.୧୭ ପ୍ରତିଶତ ବୃଦ୍ଧି ପାଇଛି । ସବୁକିଛିର ଦରଦାମ ବଢ଼ିଥିବା ବେଳେ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ପାଇଛି, ବେରୋଜଗାରୀ ବଢ଼ିଛି । ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାର ବିଶେଷ କିଛି ପଦକ୍ଷେପ ନେଉନାହାଁନ୍ତି । କରୋନା ପରେ କେନ୍ଦ୍ର ଅର୍ଥନୀତିକୁ ଠିକଣା ଭାବେ ସଜାଡ଼ିଥିଲେ ଦରବୃଦ୍ଧି ହୋଇ ନଥାନ୍ତା ତି ପରିବାରକୁ ଏହା କଷ୍ଟ ଦେଉଥିବା କହିଛନ୍ତି ବରିଷ୍ଠ ନେତା ପ୍ରତାପ ଦେବ ।

Also Read  Man arrested for making threat calls to Kandhamal collector

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ୍ ଭାବରେ ହେଉନି । ବିଜେପି ବିକାଶ କଥା କହୁଛି, ସାଧାରଣ ଜନତା ଭୋକରେ ରହିଲେ ବିକାଶ ହୁଏନି । ଲୋକେ ଡାଲି ଟିକିଏ, ତେଲ ଟିକିଏ ପାଉନାହିଁ ଖାଇବା ପାଇଁ । ଲୋକଙ୍କ ପେଟକୁ ଯଦି ଦାନା ନାହିଁ ତାହେଲେ ବିକାଶ କେମିତି ହେଉଛି ? ଦରଦାମ ବୃଦ୍ଧିକୁ ବିରୋଧ କରି ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ବୋଲି ଦଳର ବରିଷ୍ଠ ନେତା ଅତନୁ ସବ୍ୟସାୟୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here