ବିଜେଡି-ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ : ପୁଲିସର ଲାଠିଚାର୍ଜ

0
673
ବିଜେଡି-ବିଜେପି-କଂଗ୍ରେସ
ବିଜେଡି-ବିଜେପି-କଂଗ୍ରେସ

ସମ୍ବଲପୁର: କଂଗ୍ରେସ-ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି କଂଗ୍ରେସ ଓ ବିଜେପି । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ତାଲା ପକାଇଦେଇଥିଲେ।

ଏହାକୁ ବିରୋଧ କରି ବିଜେଡି କର୍ମୀମାନେ କଂଗ୍ରେସ-ବିଜେପି କର୍ମୀମାନଙ୍କ ଧାରଣାସ୍ଥଳକୁ ଧସେଇ ପଶିଥିଲେ। ଚାହୁଁ ଚାହୁଁ ତିନି ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପୁଲିସ ଲାଠିଚାର୍ଜ କରିଛି। ଏହା ସହ ତିନି ଦଳର ପ୍ରାୟ ଶତାଧିକ କର୍ମୀଙ୍କୁ କୁଚିଣ୍ଡା ପୁଲିସ ଉଠାଇନେଇଥିବା ଜଣାପଡ଼ିଛି। ଏହା ସହ ୫ଘଣ୍ଟା ଡାକବଙ୍ଗଳା ଭିତରେ ଫସି ରହିବା ପରେ ଏବେ ମୁକୁଳି ପାରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

Also Read  Krishna, The First Cadet Training Ship Launched