ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା : କାଲି ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା

0
615
ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା
ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା

ପୁରୀ: ଆସନ୍ତାକାଲି ହେଉଛି ଦୀପାବଳି। ତେବେ କାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ଦର୍ଶନ ବନ୍ଦ ହୋଇନାହିଁ, ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ।

ଦୀପାବଳି ଦିନ ଶ୍ରଦ୍ଧାଳୁମାନେ ଜଗାଦର୍ଶନ କରିପାରିବେ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତାକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିଭଳି ପିତୃପୁରୁଷଙ୍କୁ ଦିଆଯାଉଥିବା ପୟାଶ୍ରାଦ୍ଧ ମଧ୍ୟ ବାରଣ କରାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଦୀପାବଳି ଅବସରରେ ଶ୍ରୀମନ୍ଦିର ନିକଟରେ ଲକ୍ଷାଧିକ ଲୋକ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ ଓ ବ୍ରାହ୍ମଣ ‌ଭୋଜନ ଦେଇଥାନ୍ତି। କିନ୍ତୁ କୋଭିଡ-୧୯ କଟକଣା ଦୃଷ୍ଟିରୁ ଏସବୁ ପରଂପରାକୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ବାରଣ କରାଯାଇଛି। ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ ରହୁଥିଲା ବେଳେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶ ଅନୁମତି ରହିବ।

Also Read  Invisible Bacteria Get Free Ride In The City Air, Threatening Human Health