ପୋଲିସ ପୁଅ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ : କାବୁ କଲା ପୁଲିସ

0
569
ଚମ୍ପଟ ମାରିବା ବେଳେ କାବୁ କରିଛି ପୁଲିସ
ଚମ୍ପଟ ମାରିବା ବେଳେ କାବୁ କରିଛି ପୁଲିସ

ସୁନ୍ଦରଗଡ : ବାପା ପୁଲିସ, ପୁଅ ଲୁଟେରା ! ପୁଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌। ସୁନ୍ଦରଗଡ଼ ଏକ୍ସିସ୍ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ ଘଟଣାରେ ପୁଲିସକୁ ସଫଳତା ମିଳିଛି । ଲୁଟର କିଛି ସମୟ ମଧ୍ୟରେ ସମସ୍ତ ଟଙ୍କା ଜବତ କରିଛି ପୁଲିସ । ବ୍ୟାଙ୍କ ଲୁଟ୍ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଶଙ୍କରା ରୋଡ ନିକଟରେ ଜଣେ ବାଇକ ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରି ଚମ୍ପଟ ମାରୁଥିବା ବେଳେ ପୁଲିସ ଓ ଲୁଟାରେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଲୁଟେରା ଜଣକ ଆହତ ହୋଇଛି।  ପରେ ପୁଲିସ ତାକୁ କାବୁ କରିନେଇଛି। ତା’ ବାମ ଗୋଡରେ ଗୁଳି ବାଜିଛି। ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗୁଳି ବିନିମୟ ବେଳେ ଲୁଟେରା ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୁଲିସ ପକ୍ଷରୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। କାବୁ ଲୁଟେରା ସଦର ଥାନାର ଜଣେ ପୋଲିସ ASIଙ୍କ ପୁଅ। ତା’ ନାଁ ଜୟଦେବ ନାଏକ ବୋଲି ଜଣାପଡିଛି। ତା’ଠାରୁ ବନ୍ଧୁକ ଏବଂ ଲୁଟ୍ ଟଙ୍କା ଜବତ କରିଛି ପୁଲିସ। ଆଜି ଦିନ ଦ୍ୱିପହରେ ଏହି ଘଟଣା ଘଟିଛି। ଏହି ଲୁଟ୍‌ ଘଟଣାରେ ଅନ୍ୟ କାହାର ହାତ ଅଛି ନା ନାହିଁ ସେ ନେଇ ତଦନ୍ତ ଚାଲିଥିବା ଏସ୍‌ପି ସାଗରିକା ନାଥ କହିଛନ୍ତି।

Also Read  BMC Commissioner Patil Completes IRONMAN Goa 70.3 Challenge