ଓଲିଉଡରେ ପ୍ରଯୋଜକ ହୋଇଥାନ୍ତେ କୁବେର ପ୍ରତାପ ସାମଲ : ଆଶାରେ ରହିଗଲା ସ୍ୱପ୍ନ

0
246
କୁବେର ପ୍ରତାପ ସାମଲ
କୁବେର ପ୍ରତାପ ସାମଲ

ଭୁବନେଶ୍ୱର : ଓଲିଉଡରେ ପାଦ ଥାପିଥାନ୍ତେ । ପ୍ରଯୋଜକ ହେବାକୁ ଆଶା ରଖିଥିଲେ । ହେଲେ ସବୁ ଫସର ଫାଟିଗଲା । ଜମା କରିଥିଲେ ପୁଳାପୁଳା ଟଙ୍କା, ପ୍ଲଟ ଓ ସମ୍ପତ୍ତି । ଏସବୁ ହିସାବ କରି ନୟାନ୍ତ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ସରକାରୀ କୁବେର ଅଧିକାରୀ ଜଣଙ୍କ ହେଉଛନ୍ତି ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଭିଜିଲାନ୍ସ ତଦନ୍ତ ବେଳେ ଏପରି ସାଂଘାତିକ ଗୁମର ପଦାକୁ ଆସିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ଗତ ମଙ୍ଗଳବାର ଅଚାନକ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ତାଙ୍କ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍‌ଭିନ୍‌ କରିଥିଲା। ଏହାପରେ ତାଙ୍କ ସଂପତ୍ତି ତାଲିକା ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିବା ବେଳେ ଶେଷରେ ଗତକାଲି ତାଙ୍କୁ ଗିରଫ କରିଛି । ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି। ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ କହିଛି ଭିଜିଲାନ୍ସ। ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ।

ନିଜ ୩୩ ବର୍ଷର ଚାକିରି କାଳ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ପ୍ରତାପ ସାମଲ ଓଡ଼ିଆ ଫିଲ୍ମ କରିବାକୁ ପ୍ଲାନ କରିଥିବା ସୂଚନା ମିଳିଛି।  ସିନେମା ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ସରିଥିଲା। ହେଲେ ଭିଜିଲାନ୍ସ ଚଢ଼ାଉ ଯୋଗୁ ତାଙ୍କ ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଇଛି।

ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ  ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ।  ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।

Also Read  ଉଦ୍ଧାର ହେଲେ ସମିତି ସଭ୍ୟ ପ୍ରାର୍ଥଙ୍କ ସ୍ୱାମୀ

LEAVE A REPLY

Please enter your comment!
Please enter your name here