ଆଜି ଦିଲ୍ଲୀ ବିଶ୍ୱର ଦଶଟି ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ; କୋଲକାତା ନବମ

0
1059
ଦିଲ୍ଲୀ ବିଶ୍ୱର ଦଶଟି ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ; କୋଲକାତା ଚତୁର୍ଥ

ନଭେମ୍ବର ୧୩

ଗତ କିଛି ବର୍ଷ ମଧ୍ୟରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ବିପଦ ଭାବରେ ଉଭା ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ଦ୍ରୁତଗତି ରେ ବଢୁଥିବା ଯାନବାହାନ ସଂଖ୍ୟା, କଳକାରଖାନା ରୁ ବାହାରୁଥିବା ଧୁଆଁ, ବାଣ, ଧାନ ଫସଲ ଅମଳ ପରେ ନଡ଼ା କୁ ଜଳାଇବା ଦ୍ୱାରା ସେଥିରୁ ନିର୍ଗତ ହେଉଥିବା ଧୁଆଁ ଏବଂ ଅନେକ କିଛି I
ଦିଲ୍ଲୀ-ଏନସିଆରରେ ବାୟୁ ଏତେ ଖରାପ ଯେ ଏଠାରେ ନିଶ୍ୱାସ ନେବା ମଧ୍ୟ ବିପଜ୍ଜନକ ହୋଇପଡିଛି। ତେବେ ଏହି ଅବସ୍ଥା କେବଳ ଦିଲ୍ଲୀରେ ବାଣ ଫୁଟାଇବା ଏବଂ ପଞ୍ଜାବ-ହରିୟାଣାରେ ଧାନ ନଡା ଜଳିବା କାରଣରୁ ନୁହେଁ, ବରଂ ପଡୋଶୀ ଚୀନ୍ ଏବଂ ପାକିସ୍ଥାନର ବାୟୁ ଗୁଣବତ୍ତା ସୂଚକାଙ୍କ ମଧ୍ୟ ଖରାପ ହୋଇଯାଇଛି।
ଯଦି ଆମେ ବିଶ୍ୱର ର ବାୟୁ ଗୁଣବତ୍ତା ସୂଚକାଙ୍କ ଉପରେ ନଜର ରଖୁଥିବା ଏକ ସଂଗଠନ IQ Air ର ତଥ୍ୟକୁ ଦେଖିବା ତେବେ ଶନିବାର ଦିନ ଦିଲ୍ଲୀ ଦେଶର ଦଶଟି ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦ୍ୱିତୀୟ ସ୍ଥାନ ହେଉଛି ପାକିସ୍ତାନର ଲାହୋର। ଭାରତର କୋଲକାତା ନବମ ସ୍ଥାନରେ ରହିଛି।
ବିଶ୍ୱ ର ଶ୍ରେଷ୍ଠ ଦଶଟି ପ୍ରଦୂଷିତ ସହର:
ଦିଲ୍ଲୀ, ଭାରତ (AQI: 564); ଲାହୋର, ପାକିସ୍ଥାନ (AQI: 346); କରାଚୀ, ପାକିସ୍ଥାନ (AQI:179); ଚେଙ୍ଗଡୁ, ଚୀନ୍ (AQI: 178); ବିଷକେକ,କିର୍ଗିଜସ୍ଥାନ(AQI:171), ମୁମ୍ବାଇ, ଭାରତ (AQI: 166); Worclaw, ପୋଲାଣ୍ଡ (AQI:163), ସୋଫିଆ, ବୁଲଗେରିଆ (AQI: 160); କୋଲକାତା, ଭାରତ (AQI: 159); ଢାକା, ବାଂଲାଦେଶ (AQI: 158)

Also Read  Over 200 Omicron Cases In India; 54 Each From Maharashtra & Delhi