ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାଫଳ ପ୍ରକାଶ : ପାସ୍ ହାର ୬୮.୬୬%

0
782
plus-two-arts-and-vocational-exam-results declared

ଭୁବନେଶ୍ୱର: ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାଫଳ ପ୍ରକାଶ ପାଇଛି। ୧୨,୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାରେ ପାସହାର ରହିଛି ୬୮.୬୬ ପ୍ରତିଶତ। ତେବେ ଏହି ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନଙ୍କର ପ୍ରଦର୍ଶନ ଭଲ ରହିଛି।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ କରାଯାଇଛି। ପରୀକ୍ଷାର୍ଥୀମାନେ www.orissaresults.nic.in ୱେବ୍‌ସାଇଟ୍‌ରୁ ସେମାନଙ୍କ ‌ରେଜଲ୍ଟ ଜାଣିପାରିବେ।

କଳାରେ ୬ ହଜାର ୩୧୦ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬ ପ୍ରତିଶତ ରହିଛି। ପରୀକ୍ଷାରେ ମୋଟ୍ ୮ ୪୬୦ ଜଣ ପାସ କରିଥିବା ବେଳେ ପାସ ହାର ରହିଛି  ୬୮.୬୬ % । ଅଫ ଲାଇନରେ ମୋଟ୍ ୧୨,୩୨୧ ଜଣ ପରୀକ୍ଷା  ଦେଇଥିଲେ ।  ତେବେ  ଏମାନଙ୍କ ମଧ୍ୟରୁ  ୬୨.୭୧%  ଛାତ୍ର ଓ  ୬୭ .୭୬ % ଛାତ୍ରୀ ପାସ କରିଛନ୍ତି ।

କଳାରେ ୭୦.୬୨%, ବାଣିଜ୍ୟରେ ୬୮.୬୧%, ବିଜ୍ଞାନରେ ୬୪.୩୯ % . ଓ ଧନ୍ଦାମୂଳକରେ ୫୧.୫୯% ପାସ ହାର ରହିଛି । କଳାରେ ମୋଟ୍ ୭୫୬୧ ଜଣ ପାସ କରିଥିବା ବେଳେ ମୋଟ୍ ୯୬୮ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ୫୪୬ ଜଣ ଛାତ୍ର ଓ ୪୧୭ ଜଣ ଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୬୧୨ ଜଣ ଏବଂ ୩ୟ ଶ୍ରେଣୀରେ ୪୭୩୫ ଜଣ ପାସ୍‌ କରିଛନ୍ତି ।

ଅନ୍ୟପଟେ ବିଜ୍ଞାନରେ ୧୩୬ ଜଣ ପ୍ରଥମ ଶ୍ରେଣୀରେ, ୨୪୨ ଜଣ ୨ୟ ଶ୍ରେଣୀରେ , ୧୧୧୦ ଜଣ ୩ୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୧୦୨ ଜଣ ପ୍ରଥମ ଶ୍ରେଣୀରେ, ୫୦ ଜଣ ୨ୟ ଶ୍ରେଣୀରେ , ୨୬୮ ଜଣ ୩ୟ ଶ୍ରେଣୀରେ ପାସ୍‌ କରିଛନ୍ତି । ଧନ୍ଦାମୂଳକରେ ୪୪୦ ଜଣ ପରୀକ୍ଷା ଦେଇଥିବା ବେଳେ ୨୨୭ ଜଣ ପାସ କରିଛନ୍ତି । ୧୩୪ ଜଣ ଛାତ୍ର ଓ ୯୩ ଜଣ ଛାତ୍ରୀ ପାସ କରିଛନ୍ତି।

ଗତକାଲି ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା। ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଫଳ ବାହାରିବା ନେଇ ଗଣଣିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ଯୁକ୍ତ ଦୁଇ ଅଫ୍‌ଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ ତାରିଖରେ ସରିଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।୧୩,୦୪୩ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ। ୨ଟି ଇଲେକ୍ଟିଭ୍‌ ସବ୍‌ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହୋଇଥିଲା।

Also Read  Panchayat Polls: BJP national president Amit Shah congratulates Odisha people for support for BJP