ଆଜି ମହାପ୍ରଭୁଙ୍କ ପଇତାଲାଗି : ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

0
175
champak-dwadas-rituals-in-srimandira

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ସେବକମାନେ ଏହି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ। ଏହି ନୀତି ସମ୍ପନ୍ନ ପରେ ଠାକୁରମାନଙ୍କର ମହାସ୍ନାନ କରାଯିବ। ତେଣୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Also Read  ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରେ ବିଜେଡି !

LEAVE A REPLY

Please enter your comment!
Please enter your name here