ଜିଆରଏସ ବାବୁଲି ଚରଣ ପଢ଼ିଆରୀଙ୍କ ଘରେ ଭିଜିଲାନ୍ସ ରେଡ

0
193

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ ଥିବା ବାବୁଲି ଚରଣ ପଢ଼ିଆରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ ହୋଇଛି । ଭିଜିଲାନ୍ସର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଛି ।

ଭୁବନେଶ୍ୱରର ରଘୁନାଥପୁରରେ ଥିବା ଏକ ତିନି ମହଲା କୋଠା, ଏକ ଦୁଇ ମହଲା କୋଠା, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୧୦୨ରେ ଚଢ଼ାଉ ଚାଲିଛି । ସେହିପରି ବାବୁଲି ଚରଣ ପଢ଼ିଆରୀଙ୍କ ରଘୁନାଥପୁର ସ୍ଥିତ ପୈତୃକ ବାସଭବନ, କଳାରାହାଙ୍ଗ ଗ୍ରାମପଞ୍ଚାୟତ ଅଫିସରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।

Also Read  ସତ୍ୟଭାମାପୁରରେ 'ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର'କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here