ତିନି ହସ୍ପିଟାଲ ମୃତ ଘୋଷଣା ପରେ ବ୍ୟକ୍ତିଙ୍କ ଚାଲିଲା ନିଶ୍ବାସ

0
779
ବ୍ୟକ୍ତିଙ୍କ ଚାଲିଲା ନିଶ୍ବାସ
ବ୍ୟକ୍ତିଙ୍କ ଚାଲିଲା ନିଶ୍ବାସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସ ମୃତବ୍ୟକ୍ତିଙ୍କ ଶବକୁ ଜବତ କରି ଶବଗୃହକୁ ପଠାଇ ଦେଇଥିଲେ। ଏହି ବ୍ୟକ୍ତି ୭ଘଣ୍ଟା ଶବଗୃହରେ ରହିବା ପରେ ତାଙ୍କ ନିଶ୍ବାସ ଚାଲୁଥିବା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ଉକ୍ତ ବ୍ୟକ୍ତିଙ୍କ ପରିବାରଲୋକଙ୍କ କହିବାନୁସାରେ, ମଝୋଲା ଥାନା ଅଞ୍ଚଳରେ ରହୁଥିବା ଶ୍ରୀକେଶ ନଗର ନିଗମର କର୍ମଚାରୀ। ସେ କାମରେ ଯାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଶ୍ରୀକେଶଙ୍କ ଦୁର୍ଘଟଣା ହୋଇଥିବା ଖବର ପାଇବା ପରେ ପରିବାର ଲୋକ ଶ୍ରୀକେଶଙ୍କୁ ଚିକିତ୍ସା ପାଇଁ ଗୋଟିଏ ପରେ ଗୋଟିଏ ଏପରି ତିନିଟି ହସ୍ପିଟାଲକୁ ନେଇଥିଲେ। ତିନିଟି ହସ୍ପିଟାଲ ଶ୍ରୀକେଶଙ୍କୁ ମୃତ ଘୋଷଣା କରିଥିଲା। ଏହାପରେ ପରିବାରଲୋକ ଶ୍ରୀକେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ବିଳମ୍ବିତ ରାତିରେ ଜିଲ୍ଲା ହସ୍ପିଟାଲର ଶବଗୃହରେ ରଖିଥିଲେ।

ତା’ପର ଦିନ ପୁଲିସ ଉପସ୍ଥିତିରେ ଶ୍ରୀକେଶଙ୍କ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ଶ୍ରୀକେଶଙ୍କ ନିଶ୍ବାସ ଚାଲୁଥିବା ଭଳି ଜଣାପଡ଼ିଥିଲା। ଏହାପରେ ପରିବାରଲୋକ ଏହାର ସୂଚନା ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କୁ ଦେଇଥିଲେ। ଡାକ୍ତର ଆସି ଶ୍ରୀକେଶଙ୍କ ଚେକଅପ କରିବା ପରେ ସେ ଜୀବିତ ଥିବା ଜଣାପଡ଼ିଥିଲା। ତୁରନ୍ତ ଶ୍ରୀକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରଖାଯାଇଛି। ଶ୍ରୀକେଶ ଜୀବିତ ଥିବା ଖବର ଶୁଣିବା ପରେ ପରିବାରରେ ଏକ ପ୍ରକାର ଖୁସିର ଲହରି ଖେଳି ଯାଇଥିଲା।

Also Read  ୨୦ ହଜାର ନେବା ପଡ଼ିଲା ମହଙ୍ଗା : ଭିଜିଲାନ୍ସ ପଞ୍ଝାରେ ନରସିଂହପୁର ଆଇଆଇସି