୨୯ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇପାରେ ଲଘୁଚାପ କ୍ଷେତ୍ର

0
892
low-pressure-to-form-in-next-12-hours Heavy Rainfall in odisha

ନୂଆଦିଲ୍ଲୀ: ଆଗାମୀ ନଭେମ୍ବର ୨୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗୋଟାଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ଆଦ୍ୟ ଅପରାହ୍ଣରେ ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି, ୨୦୨୧ ନଭେମ୍ବର ୨୯ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗୋଟାଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଏହା ତୀବ୍ରତର ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ‌ର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

Also Read  NIA takes over Pahalgam terrorist attack case from J-K Police