ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଆତଙ୍କ : ଦିନକରେ କୋଭିଡ୍‌ ମାମଲା ଦୁଇଗୁଣ

0
506
ଦିନକରେ କୋଭିଡ୍‌ ମାମଲା ଦୁଇଗୁଣ
ଦିନକରେ କୋଭିଡ୍‌ ମାମଲା ଦୁଇଗୁଣ

ଜୋହାନସ୍‌ବର୍ଗ: ଦିନକ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ କୋଭିଡ୍‌-୧୯ ସଂକ୍ରମଣ ପ୍ରାୟ ଦୁଇଗୁଣ ହୋଇଯାଇଥିବା କଥା ବୁଧବାର ଦିନ ରିପୋର୍ଟ ହୋଇଛି। ଗତ ସପ୍ତାହରେ ବୈଜ୍ଞାନିକମାନେ ଗୁଣସୂତ୍ର-କ୍ରମ ବିବର୍ତ୍ତୀତ ‘ଓମାଇକ୍ରନ୍‌ (ଓମିକ୍ରନ୍‌) କରୋନାଭାଇରସ୍‌’ ଚିହ୍ନଟ କରିବାରେ ଦେଶରେ ଆକସ୍ମିକ ଭାବେ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଛି।

ସରକାରୀ ପରିସଂଖ୍ୟାନ ଅନୁସାରେ, ମଙ୍ଗଳବାର ଦିନ ଦେଶରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୪,୩୭୩ ଥିବା ବେଳେ ବୁଧବାର ଦିନ ସଂକ୍ରମିତଙ୍କ ସଂଖ୍ୟା ୮,୫୬୧କୁ ବୃଦ୍ଧି ପାଇଥିଲା। ନୂଆ ‘ଓମିକ୍ରନ୍ ଭେରିଏଣ୍ଟ୍‌’ ଆବିଷ୍କୃତ ହେବା ପରେ କୋଭିଡ୍‌-୧୯ ସଂକ୍ରମଣ ମାମଲାରେ ଦ୍ରୁତ ବୃଦ୍ଧି ଘଟୁଥିବା କଥା ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ଭୂତାଣୁବିତ୍ ଡକ୍ଟର୍‌ ନିକ୍ସି ଗୁମେଡେ-ମୋଏଲେଟ୍ସି ଗଣମାଧ୍ୟମକୁ କହିଛନ୍ତି, ସପ୍ତାହକୁ ସପ୍ତାହ ସଂକ୍ରମଣ ମାମଲା ଦୁଇ ତିନି ଗୁଣ ହେଉଥବା ଆମେ ଦେଖିପାରନ୍ତି। ଦକ୍ଷିଣ ଆଫ୍ରିକାରେ ବ୍ୟାପକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନା ରହିଛି।  ସମୁଦାୟ ସଂକ୍ରମଣର ୭୪% ବୋଲି ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କମ୍ୟୁନିକେବଲ୍‌ ଡିଜିଜେସ୍‌’ ବୁଧବାର ଦିନ କହିଛି।

Also Read  ଇସାରା ଦେଇ ମମତାଙ୍କ ଟିଏମସିକୁ ବାଣ ମାରିଲେ ମାର୍ଗେଟ ଆଲଭା