ବିଧାନସଭାରେ ହାଇଡ୍ରାମା : ବିଜେଡି ଜଗନ୍ନାଥଙ୍କ ସ୍ନାନ ଜଳ ଛିଞ୍ଚିଲା

0
401
ବିଧାନସଭାରେ ହାଇଡ୍ରାମା
ବିଧାନସଭାରେ ହାଇଡ୍ରାମା
  • ବିଜେପି ଘଣ୍ଟ ବାଡ଼େଇ କମ୍ପାଇଲା
  • କଂଗ୍ରେସର ବିଧାନସଭା ପରିକ୍ରମା

ଭୁବନେଶ୍ୱର(ସବ୍ୟୁ) : ବିଧାନସଭାରେ ଚାଲିଛି ହାଇଡ୍ରାମା । ଶାସକ ଓ ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଅ ।ରମ୍ଭ ହୋଇଛି । ବିରୋଧୀ ମମିତା ହତ୍ୟା ଘଟଣାକୁ ଗଣ୍ଠି ପକାଇଦେଇଛି । ତାକୁ ଫିଟାଇପାରୁନି ଶାସକ ଦଳ । ୬ଦିନ ହେଲା ଗୃହରେ ହଟ୍ଟଗୋଳ, ନାରାବାଜି, ଗଙ୍ଗାଜଳ ପକାଇବା ଓ ଘଣ୍ଟ ବାଡ଼େଇବା ଏବଂ ପୋଷ୍ଟର ଲେଢ଼େଇ ଭଳି ନାଟକୀୟ ଘଟଣାମାନ ଦେଖାଦେଇଛି । ଅ।ରମ୍ଭରୁ ଶାସକ ବିଜେଡି ଓ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ହଙ୍ଗାମା କରିଥିଲେ । ଗୃହ ଅଚଳ ହେବାରୁ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ । ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଅ ।ରମ୍ଭ ହେବାମାତ୍ରେ ବିରୋଧୀ ପ୍ରତିବାଦ କରିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ତାହା ବି ଫେଲ ମାରିଥିଲା । ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବିି ନେଇ କେନ୍ଦ୍ରକୁ ପୁଣି ଅନୁରୋଧ କରାଯିବ ବୋଲି ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି ।
bjp 6th

ଶୀତ ଅଧିବେଶନର ଷଷ୍ଠ ଦିନରେ ଗୃହ କାର୍ଯ୍ୟ ଅ ।ରମ୍ଭ ହେବା ମାତ୍ରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବରୋଧୀ ଦଳ ପକ୍ଷରୁ ମମିତା ମେହେର ପ୍ରସଙ୍ଗରେ ଫ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ହାଟ୍ଟଗୋଳ ଓ ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟ ବିରୋଧୀ ବଜେପି ଗୃହ ମଧ୍ୟଭାଗକୁ ଅ।ସି ପୁଣି ଘଣ୍ଟ ବାଡେଇ ଅଭିନବ ପ୍ରତିବାଦ କରିଥିଲା । ଗୃହ ବାହାରେ ସଦସ୍ୟମାନେ ଜଗନ୍ନାଥଙ୍କ ଫୋଟୋ ଚିତ୍ର ରଖି ଧାରଣା ଦେବା ସହ ମହାପ୍ରଭୁଙ୍କୁ ଗୁହାରୀ କରିଥିଲେ । ସେହିପରି କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଓ ବ୍ୟାନର ଦେଖାଇ ପ୍ରତିବାଦ କରିବା ସହ ଗୃହ ବାହାରେ ପଦଯାତ୍ରା କରିବା ସହିତ ପରିକ୍ରମା କରିଥିଲା ।

ସେପଟେ ଶାସକଦଳ ପକ୍ଷରୁ ଗୃହ ଭିତରେ କେନ୍ଦ୍ରୀୟ ଅବହେଲାକୁ ପ୍ରସଙ୍ଗ କରି ଦଳର ସମସ୍ତ ସଦସ୍ୟ ଫ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଏପରିକି ଶାସକ ଦଳର କିଛି ମହିଳା ସଦସ୍ୟ ଗୃହ ଭିତରେ ଜଗନ୍ନାଥଙ୍କ ସ୍ନାନ ଜଳ ଅ।ଣି ବିରୋଧୀଙ୍କ ଉପରେ ଛିଞ୍ଚିଥିଲେ । ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ସଦସ୍ୟମାନେ କହିଥିଲେ । ପରେ ଗୃହ ବାହାରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ ।

Also Read  ପୌର ନିର୍ବାଚନ ପାଇଁ ପ୍ରସ୍ତୁତି : ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

bjd 6th

ଗୃହ ବାହାରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ସରକାରୀ ଦଳର ସଦସ୍ୟଙ୍କ ସଦବୁଦ୍ଧି ହେଉ ଓ ନିଦ ଭାଙ୍ଗୁ । ଗୃହ ସ୍ୱାଭାବିକ ହେବା ପାଇଁ ମୁଖ୍ୟମନ୍ତ୍ରୀ ଗୃହକୁ ଅ ।ସି ଅ ।ଲୋଚନା କରନ୍ତୁ । ବିଜେଡି ନାଟକ କରୁଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି । ଘଣ୍ଟ ବାଡେଇ ସରକାରଙ୍କ ନିଦ ଭାଙ୍ଗିବାକୁ ପ୍ରୟାସ କରିଛୁ ବୋଲି ସେ କହିଛନ୍ତି ।

ସେପଟେ ଗୃହ ଅଚଳାବସ୍ଥାକୁ ନେଇ ସରକାରୀ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ସରକାର ନାଟକ କରୁଛନ୍ତି । ବିଜେଡି ବିଧାୟକ ଗୃହରେ ଜଗନ୍ନାଥଙ୍କ ସ୍ନାନ ଜଳ ଛି ି ଗୃହକୁ ବନ୍ଦ କରିବା ନିନ୍ଦନୀୟ । ଅ।ମେ ଅ।ମର ଜିଦରେ ଅଟଳ ରହିଛୁ । ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନକରିଛନ୍ତି ଓ ଅ।ଲୋଚନା ନକରିଛନ୍ତି, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

ଅନ୍ୟପକ୍ଷରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଭନ୍ନ ପ୍ରସଙ୍ଗ ରହିଛି । ଗୃହରେ ଅ ।ଲୋଚନା କରିବା ଦରକାର । ଗ୍ୟାସ ଓ ଦାରଦାମ ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଛି । ବେକାରୀ ସମସ୍ୟା, ତୈଳଦର ବୃଦ୍ଧି ଲୋକଙ୍କୁ ବାଧୁଛି । ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଏସବୁ ପ୍ରସଙ୍ଗରେ ଅ ।ଲୋଚନା ବଦଳରେ ବିରୋଧୀ ନାଟକବାଜି କରୁଛନ୍ତି । ତେଣୁ ମହାପ୍ରଭୁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here