ରାଜ୍ୟରେ କେତେ ଚାଷୀ ଋଣ ପରିଶୋଧ କରି ନାହାନ୍ତି ? ଜାଣନ୍ତୁ….

0
642
ଚାଷୀ ଋଣ ପରିଶୋଧ କରି ନାହାନ୍ତି
ଚାଷୀ ଋଣ ପରିଶୋଧ କରି ନାହାନ୍ତି

ଭୁବନେଶ୍ୱର : ରାଜ୍ୟରେ ୬,୭୮,୪୩୦ ଚାଷୀ ଋଣ ପରିଶୋଧ କରି ନାହାନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୮୭ ହଜାର ୨୪୦ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀ ଅଛନ୍ତି। ଆଜି ବିଧାୟକ ନାଉରି ନାୟକଙ୍କ ପ୍ରଶ୍ନରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏଭଳି ଉତ୍ତର ରଖିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ ୩୦ଟି ଜିଲ୍ଲାରେ ମାର୍ଚ୍ଚ ୩୧,୨୦୨୧ ସୁଦ୍ଧା ୬,୭୮,୪୩୦ ଚାଷୀ ବକେୟା ପରିଶୋଧ କରି ନାହାନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୮୭ ହଜାର ୨୪୦ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀ ଅଛନ୍ତି। ୬,୭୮,୪୩୦ ଚାଷୀଙ୍କ ଉପରେ ୨୨୬୭୨୨.୭୧ଟଙ୍କା ବାକି ଥିବା ବେଳେ ୫ ଲକ୍ଷ ୮୭ ହଜାର ୨୪୦ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଉପରେ ୧୫୭୫୩୭.୬୯ଟଙ୍କା ବାକି ରହିଛି।

ଋଶ ପରିଶୋଧ ପାଇଁ ସରକାର ଚାଷୀଙ୍କୁ କ’ଣ ପ୍ରୋତ୍ସାହନ ଦେଇଛନ୍ତିି, ସେ ପ୍ରଶ୍ନର ଉତ୍ତର ରଖି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ବିନା ସୁୁଧରେ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ୨ପ୍ରତିଶତ ସୁଧ ସହ ୫୦,୦୦୧ଟଙ୍କାରୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ସରକାରଙ୍କ ଏହି ସୁବିଧାର ଲାଭ ଉଠାଇବା ପାଇଁ ସଚେତନ କରାଯାଉଛି।

Also Read  Lower Suktel Mahila Mahasangha's members stage dharna at Lower Suktel project site in Bolangir, Odisha