ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲାରେ ଅଧିକ ଫୋକସ

0
896
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲାରେ ଅଧିକ ଫୋକସ
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲାରେ ଅଧିକ ଫୋକସ

ଭୁବନେଶ୍ୱର : ଡ଼ରାଉଛି ଓମିକ୍ରନ। ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସଜାଗ ରହିବାକୁ କହୁଛନ୍ତି ସରକାର। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ଓମିକ୍ରନ ପ୍ରବେଶ କରିନଥିବା ବେଳେ ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଥିବ‌ା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି ଯେ, ସର୍ଭିଲାନ୍ସ ଓ ଟିକାକରଣକୁ ଆମେ ଗୁରୁତ୍ୱ ଦେଉଛୁ । ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି । ଜିନମ ସିକ୍ୟୁଏନସିଂ କରାଯାଉଥିବା ସହ ଟିକାକୁ ଆମେ ଗୁରୁତ୍ୱ ଦେଉଛୁ । ଶୀଘ୍ର ଟିକାକରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ‘ଆର୍ଟ ରିକ୍ସ’ ଦେଶରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି । ଏହି ଭାରିଆଣ୍ଟ ଅଧିକ ଘାତକ ହେଉ କି ନ ହେଉ ଆମକୁ ସତର୍କ ରହିବାକୁ ପଡ଼ିବ ।

Also Read  Security Tightened in Puri Badadanda