ମାଲେମାଲ କନିଷ୍ଠ ଯନ୍ତ୍ରୀ : ହୋଟେଲରେ ଚାଲୁଛି ଅଫିସ କାମ

0
769
ହୋଟେଲରେ ଚାଲୁଛି ଅଫିସ କାମ
ହୋଟେଲରେ ଚାଲୁଛି ଅଫିସ କାମ

ବଲାଙ୍ଗିର : ସରକାରୀ କାର୍ଯ୍ୟାଳୟ ନୁହେଁ, ଏକ ହୋଟେଲର ରୁମ୍‌ ନଂ-୧୦୨ ପାଲଟିଛି ଜୈନିକ କନିଷ୍ଠ ଯନ୍ତ୍ରୀଙ୍କ ଠିକଣା। ହୋଟେଲ ବେଡ ଉପରେ ଗଦା ହୋଇଛି ହିତାଧିକାରୀଙ୍କ କାଗଜପତ୍ର। ଏପରିକି ବହୁ ବିଲ୍‌ ବି ବେଡ ଉପରେ ଏଣେତେଣେ ପଡ଼ିଛି। ତେଣୁ ଏଠାରେ କେଉଁ ଧରଣର ହରିଲୁଟ ଚାଲିଥିଲା, ତାହା ସମସ୍ତଙ୍କୁ ଜଣା।

ଏପରି ଦୃଶ୍ୟ ବଲାଙ୍ଗିରର ଏକ ହୋଟେଲରେ ଦେଖିବାକୁ ମିଳିଥିବା ବେଳେ ଉକ୍ତ ରୁମ୍‌କୁ ଗତ ୨ ଦିନ ହେଲାଣି ସିଲ୍‌ କରି ଦିଆଯାଇଛି। ଏପରିକି ଗତ ୨ ଦିନ ଧରି ଉପଜିଲ୍ଲାଳପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଉକ୍ତ ରୁମ୍‌ରେ ଥିବା କାଗଜପତ୍ରର ତଲାସୀ କରୁଛନ୍ତି।

ବଲାଙ୍ଗିର ଜିଲ୍ଲା ପୁଇୱତଳା ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାରେ କନିଷ୍ଠ ଯନ୍ତ୍ରୀ ମାଲେମାଲ ହୋଇଛନ୍ତି। ଏପରିକି  ନିଜ ଠିକାଦାରଙ୍କୁ ନିୟୋଜିତ କରି ଧୁମ୍‌ ଲୁଟି ଚାଲିଛନ୍ତି। ଏପରିକି ସରକାରୀ କାମକୁ ହୋଟେଲ ଭଡ଼ା ନେଇ କରୁଛନ୍ତି।  ଯେଉଁ କାଗଜପତ୍ର ବିଡିଓଙ୍କ ଅଫିସରେ ରହିବା କଥା, ତାହା ଏଠାରେ ହୋଟେଲରେ ପଡ଼ିଛି। ବହୁ କାଗଜ, ସିଲ୍‌ ବି ମିଳିଛି।

ଉପଜିଲ୍ଲାପାଳ କହିଛନ୍ତି, ଏନେଇ ଖବର ପାଇବା ପରେ ଏଠାରେ ଚଢ଼ାଉ କରିଛୁ।  ବହୁ କାଗଜପତ୍ର ପାଇଛୁ। ତାହାକୁ ତଦନ୍ତ ପରିସରଭୁକ୍ତ କରିଛୁ। ଜେଇଙ୍କ ଘରେ କାଗଜପତ୍ର ରହିବା କଥା ନୁହେଁ । ଏହା ଅଫିସରେ ରହିବା କଥା ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।

 

Also Read  Odisha welcome Pramod Bhagat, Gold Medalist in Paralympics