କଥା ମାନିଲାନି ‍ବୋଲି ଝିଅକୁ ଶିଳପୁଆରେ ଛେଚିଦେଲା ମା’

0
822
ରାସ୍ତା ଉପରେ ଜଣେ ଅଧ୍ୟାପିକା ଙ୍କୁ ପୋଡି ମାରିଥିବା ଯୁବକ ଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ
ରାସ୍ତା ଉପରେ ଜଣେ ଅଧ୍ୟାପିକା ଙ୍କୁ ପୋଡି ମାରିଥିବା ଯୁବକ ଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

ସୁନ୍ଦରଗଡ଼ : ପାରିବାରିକ କଳହର ଘଟିଛି କରୁଣ ପରିଣତି। ଜଣେ  ବିଧବା ମହିଳାଙ୍କ ଶିଳପୁଆ ମାଡ଼ରେ ତାଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଛି। ଝିଅର ମୃତ୍ୟୁ ପରେ ମା’ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କଲାମେଘା ଥଇଥାନ କଲୋନୀରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ବାପାଙ୍କ ମୃତ୍ୟୁ ପରେ ମା’ଓ ଝିଅ କଲାମେଘା ଥଇଥାନ କଲୋନୀରେରେ ରହୁଥିଲେ। ତେବେ ଝିଅଟି ପୁଅ ପିଲାମାନଙ୍କ ସହ ମୋବାଇଲରେ ସବୁବେଳେ କଥା ହେଉଥିଲା, ଯାହାକୁ ମାଆ ବିରୋଧ କରିଆସୁଥିଲେ। ଅନ୍ୟପଟେ ବାପାର ମୃତ୍ୟୁ ପରେ ମା’ ର ହାବଭାବ ଉପରେ ଝିଅ ମଧ୍ୟ ସନ୍ଦେହ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ହୁଏ।

ଗତ ଶୁକ୍ରବାର ମୋବାଇଲରେ ଝିଅ କଥା ହେଉଥିବା ବେଳେ ଏହାକୁ ବାରଣ କରିଥିଲା ମା’ । ଏହାକୁ ନେଇ ମା’ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମା’ ରାଗି ଯାଇ ଶିଳପୁଆରେ ଝିଅର ମୁହଁକୁ ବାଡ଼େଇ ଦେଇଥିଲେ।  ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିଲା।  ଏହାପରେ ମା’ ଘର ଭିତରେ ମୃତଦେହକୁ ରଖି ଦେଇ ହେମଗିରି ଚାଲିଯାଇଥିଲା। ସେହିଦିନ ରାତିରେ ପୁଣି ଘରକୁ ଫେରିଥିଲା।

ଗତକାଲି ଝିଅକୁ କିଏ ହତ୍ୟା କରି  ଘରେ ପକାଇ ଦେଇଛି ବୋଲି ପଡୋଶୀଙ୍କୁ ଜଣାଇଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ମା’ ୟୁରିଆ ସାର ଖାଇଦେଇଥିଲା। ପୁଲିସ ପଚରାଉଚରା କରିବା ପରେ ସବୁ କଥା ମା’  ମାନିଯାଇଥିଲା। ଏପରିକି ସେ ୟୁରିଆ ସାର ଖାଇ ଦେଇଥିବା କହିଥିଲା।  ତାଙ୍କୁ ଗୁରୁତର  ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝିଅର ମୃତଦେହକୁ ଉଦ୍ଧାର କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Also Read  ନୀତିଶ କହିଲେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବେ ବି ଚିନ୍ତା କରିନାହାଁନ୍ତି....