ମହିଳା ଆରଆଇଙ୍କୁ କଟୁରିରେ ହାଣିଲେ ବୃଦ୍ଧ: ଅଭିଯୁକ୍ତ ଅଟକ

0
458
ରାଜସ୍ୱ ନୀରିକ୍ଷକ (ଆରଆଇ) ସୀମା ସିମନ୍ତିନୀ ସାହୁ
ରାଜସ୍ୱ ନୀରିକ୍ଷକ (ଆରଆଇ) ସୀମା ସିମନ୍ତିନୀ ସାହୁ

ଆନନ୍ଦପୁର: ଆନନ୍ଦପୁରର ମହିଳା ଆର୍ ଆଇଙ୍କୁ ଜଣେ ବୃଦ୍ଧ କଟୁରିରେ ହାଣିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

ଆନନ୍ଦପୁର ରାଜସ୍ୱ ନୀରିକ୍ଷକ (ଆରଆଇ) ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଫିସ୍ ଭିତରେ ପଶି ଜଣେ ବ୍ୟକ୍ତି ତାଙ୍କୁ କଟୁରୀରେ ଆକ୍ରମଣ କରିଥିବା ଜଣାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଆକ୍ରମଣ କରିଥିବା ବ୍ୟକ୍ତି ଗୋବିନ୍ଦ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋବିନ୍ଦଙ୍କ ଘର ବାଙ୍ଖିଡ଼ି ଗାଁର ବୋଲି ଜଣାପଡ଼ିଛି। ଆରଆଇ ଗୋବିନ୍ଦଙ୍କ ଜମିକୁ ଅନ୍ୟ ନାମରେ କରିଦେଇଥିବାରୁ ସେ ଆକ୍ରମଣ କରିଥିବା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆରଆଇ ସୀମା ସିମନ୍ତିନୀ ନିଜ କାର୍ଯ୍ୟାଳୟରେ ବସିଥିଲେ। ହଠାତ୍ ଗୋବିନ୍ଦ ଅଫିସ ଭିତରକୁ ପଶି ଆସି ଆରଆଇଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ଗୁରୁତର ଆରଆଇଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏଥିସହ ଘଟଣାକୁ ନିନ୍ଦା କରିଛନ୍ତି।   ଗୋବିନ୍ଦ ଜେନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ  ଦାବି କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Also Read  Ministers and officials’ vehicle expenses increased