ଏସସିବି ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ : ଆଉଟଡୋର ରୋଗୀ ସେବା ବ୍ୟାହତ

0
375
ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଟକ: ଏସସିବି ମେଡିକାଲଠାରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଛି। ନିଟ୍ ପିଜି କାଉନସେଲିଂରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରି ଫୋରଡାସ ଓ ଫିଆମାକୁ ସମର୍ଥନ କରି ପିଜି ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ଛାତ୍ର। କାର୍ଯ୍ୟ ବନ୍ଦ ଯୋଗୁ ଏସସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବ୍ୟାହତ ହୋଇଛି।

ନିଟ୍ ପିଜି ୨୦୨୧ ଛାତ୍ରଛାତ୍ରୀ ଆଡ଼ମିସନ କରିବାରୁ ବଞ୍ଚିତ ରହିଥିବାବେଳେ ଚଳିତବର୍ଷ ପାଇଁ ଆଡ଼ମିସନ ତାରିଖ ପ୍ରକାଶ ପାଇଛି। ଏନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାନୁଆରୀ ୬ ତାରିଖରେ ରହିଛି। ୪୩୨ ଜଣ ପିଜି ଛାତ୍ରଛାତ୍ରୀ ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Also Read  ୟୁପିରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ସମ୍ରାଟ ପୃଥ୍ଵୀରାଜ, ଫିଲ୍ମ ଦେଖି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଯୋଗୀ