ଓଡ଼ିଶାରେ ଫେବ୍ରୁଆରିରେ ତୃତୀୟ ଲହର ପିକ୍ ନେଇପାରେ

0
590
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶାରେ ଫେବ୍ରୁଆରିରେ ତୃତୀୟ ଲହର ପିକ୍ ନେଇପାରେ । ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ଦୁଇ ମାସ ବିଳମ୍ବରେ ଆସିଥିଲା। ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ ଖୁବଶୀଘ୍ର ଓଡ଼ିଶା ଆସିବ। ଫେବ୍ରୁଆରି ମାସ ଶେଷ ବେଳକୁ ଏହା ପିକ୍ ନେଇ ପାରେ ବୋଲି ସ୍ଵାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି। ଭିତ୍ତିଭୂମି ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ଆମେ ପ୍ରସ୍ତୁତ ରହିଛୁ। ରାଜ୍ୟର ସଙ୍ଗରୋଧ ସମୟ ୧୪ ଦିନ ରହିଛି। ସେଥିରେ କିଛି ପରିବର୍ତ୍ତନ ହୋଇନି। ଆମେରିକାରେ ଅବଶ୍ୟ ଏହି ନିୟମରେ ପରିବର୍ତ୍ତନ ହୋଇଛି।

Also Read  Odisha to get completely electrified by Dec 18': Energy Minister