ନୂଆବର୍ଷରୁ ୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ : ଅଧିକ ତଥ୍ୟ ଜାଣିବା ପାଇଁ ପଢ଼ନ୍ତୁ …

0
470
୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ
୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ

ରାଞ୍ଚି: ନୂଆବର୍ଷରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ। ଟଙ୍କେ କି ଦୁଇ ଟଙ୍କା ନୁହେଁ ପୂରା ୨୫ ଟଙ୍କା ଶସ୍ତାରେ ମିଳିବ ତୈଳ। ଆଜି ଏଭଳି କିଛି ବଡ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତେବେ ଏହି ଶସ୍ତା ପେଟ୍ରୋଲ ଡିଜେଲର ଲାଭ କେବଳ ବିପିଏଲ୍‌ କାର୍ଡଧାରୀ ହିଁ ଉଠାଇପାରିବେ।

ଆସନ୍ତା ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ୍‌ କାର୍ଡଧାରୀଙ୍କୁ ଲିଟର ପିଛା ୨୫ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ଯୋଗଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଝାଡଖଣ୍ଡରେ ପେଟ୍ରୋଲିଅମ୍‌ ଡିଲର୍ସ ଆସୋସିଏସନ୍‌ ଲଗାତାର ପେଟ୍ରୋଲ-ଡିଜେଲ ଉପରେ ଭାଟ କମାଇବା ପାଇଁ ଦାବି କରିଆସୁଥିଲେ। ପେଟ୍ରୋଲ ଉପରେ ୫ % ଭ୍ୟାଟ୍ ହ୍ରାସ କରିବାକୁ ସରକାରଙ୍କୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା। ସେମାନଙ୍କ କହିବା କଥା ହେଲା, ଯଦି ସରକାର ଭ୍ୟାଟ୍ ହାରକୁ ୨୨% ରୁ ୧୭% କୁ ହ୍ରାସ କରନ୍ତି, ତେବେ ଲୋକମାନେ ଏକ ବଡ଼ ଆରାମ ପାଇବେ।

ଆସୋସିଏସନ କହିଛି ଯେ ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରୁ ଡିଜେଲ ଭରିବାକୁ ଯାଉଛନ୍ତି। ଯେଉଁଥିପାଇଁ ତାଙ୍କୁ କ୍ଷତି ସହିବାକୁ ପଡୁଛି।

Also Read  ଜାମତାରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ରାଜଧାନୀରୁ ଧରିଲା କ୍ରାଇମବ୍ରାଞ୍ଚ