ନିହାର ନଳିନୀଙ୍କ ପରଲୋକ : ସ୍ୱାମୀଙ୍କ ସହ ମିଶି ଖଇରୀକୁ ପାଳିଥିଲେ

0
442
ସାହସୀ ମହିଳା ନିହାର ନଳିନୀ ସ୍ୱାଇଁ
ସାହସୀ ମହିଳା ନିହାର ନଳିନୀ ସ୍ୱାଇଁ

କଟକ : ବାଘରାଣୀ ‘ଖଇରୀ’କୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କର ଦେହାନ୍ତ ହୋଇଛି। କଟକ ସିଦ୍ଧେଶ୍ୱର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ। ଥରେ ସ୍ୱାମୀସ୍ତ୍ରୀ ବୁଲୁଥିବା ସମୟରେ ଖଇରା ନଦୀ କୂଳରୁ ଏକ ବାଘ ଛୁଆକୁ ଏକୁଟିଆ ପାଇ ତାକୁ ଘରକୁ ଆଣିଥିଲେ। ଦୀର୍ଘ ସାତବର୍ଷ ଧରି ନିଜ ପିଲା ଭଳି ତାର ଲାଳନ ପାଳନ କରିଥିଲେ ନିହାର ଓ ସରୋଜ। ଆଉ ବାଘଟିର ନାଁ ଦିଆଯାଇଥିଲା ଖଇରୀ।

 

୧୯୮୧ ମସିହାରେ ଖଇରୀର ମୃତ୍ୟୁ ହୋଇଥିଲା। ପରେ ସରୋଜ ରାୟ ଚୌଧୁରୀଙ୍କର ମୃତ୍ୟୃ ହେବା ପରେ ବୃଦ୍ଧା ଆଶ୍ରମକୁ ଚାଲି ଆସିଥିଲେ ନିହାର ନଳିନୀ। ସେମାନଙ୍କର ପିଲାଛୁଆ ନଥିଲେ। ବୃଦ୍ଧାଶ୍ରମରେ ରହିବା ବେଳେ ବି ନଳିନୀ ଖଇରୀକୁ ମନେ ପକାଉ ଥିଲେ।

ଗତକାଲି ସେ ଖାଇ ସାରି ଶୋଇବାକୁ ଯାଇଥିଲେ। ତା’ ପରେ ଆଉ ଉଠି ନ ଥିଲେ। ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read  Smart City: Bhubaneswar to become Wi-fi city by November 2018, says Chief Secretary Aditya Padhi