ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତ ବହୁଳ ଏୟାରପୋର୍ଟ

0
166

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନାଶନାଲ ଏୟାରୋର୍ଟ ବିଶ୍ୱ ସ୍ତରରେ ରେକର୍ଡ କରିଛି । ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ବ୍ୟସ୍ତ ବହୁଳ ଏୟାୋର୍ଟ । ଗତ ମାର୍ଚ୍ଚ ମାସରେ ୩.୬୧ ମିଲିଅନ ଯାତ୍ରୀ ଦିଲ୍ଲୀ ଏୟାରୋର୍ଟ ଦେଇ ଯାତ୍ରା କରିଛନ୍ତି । ବ୍ୟସ୍ତ ବହୁଳ ଏୟାରୋର୍ଟ ତାଲିକାରେ ପ୍ରଥମ ରେ ରହିଛି ଆମେରିକାର ଆଟଲାଣ୍ଟା ଏୟାରୋର୍ଟ । ଆଟଲାଣ୍ଟା ଏୟାରପୋର୍ଟ ରେ ମାର୍ଚ୍ଚ ମାସରେ ୪.୪୨ ମିଲିଅନ ଲୋକ ଯାତ୍ରା କରିଛନ୍ତି ।

ତାଲିକାର ତୃତୀୟରେ ରହିଛି ଦୁବାଇ ଇଣ୍ଟରନାଶନାଲ ଏୟାରପୋର୍ଟ । ପୂର୍ବରୁ ଦୁବାଇ ଏୟାରପୋର୍ଟ ଦ୍ୱିତୀୟ ସ୍ଥାନରେ ଥିଲା । କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ଦୁବାଇକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହା ପୂର୍ବରୁ ଦିଲ୍ଲୀ ୨୩ ତମ ସ୍ଥାନରେ ଥିଲା । କରୋନା ମହାମାରୀ ଆଗରୁ ୨୦୧୯ ମାର୍ଚ୍ଚ ମାସରେ ଦିଲ୍ଳୀ ୨୩ ତମ ସ୍ଥାନରେ ଥିଲା । ଦୁଇ ବର୍ଷ ପ୍ରତିବନ୍ଧକ ଭିତରେ ବିମାନ ଚଳାଚଳ ପରେ ଚଳିତ ବର୍ଷ ରେକର୍ଡ କରିଛି ଇନ୍ଦିରା ଗାନ୍ଧୀ ଇଣ୍ଟରନାଶନାଲ ଏୟାରପୋର୍ଟ ।

‘ଅଫିସିଆଲ ଏୟାରଲାଇନ ଗାଇଡ’ ନାମକ ଇଣ୍ଟରନାଶନାଲ ବିମାନ ଚଳାଚଳ ତଥ୍ୟ ରଖୁଥିବା ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି । ‘ଓଏଜି’ ରିପୋର୍ଟ ରୁ ଦିଲ୍ଲୀରେ ମହାମାରୀ ପରେ ଅଧିକ ଯାତ୍ରୀ ପାଦ ଥାପିଛନ୍ତି ବୋଲି ଜଣାପଡ଼ିଛି ।

Also Read  ପ୍ରଚଣ୍ଡ ଖରାରେ ସିଜୁଛି ଓଡିଶା; ଟ୍ୱିନ ସିଟିରେ ୪୦ ଡିଗ୍ରୀ ଛୁଇଁଲା ତାତି

LEAVE A REPLY

Please enter your comment!
Please enter your name here