ରାଜଧାନୀରେ ହାତୀ ଉପଦ୍ରବ : ଭାଙ୍ଗିଲେ ଘର

0
445
One Killed In Elephant Attack In Keonjhar District
One Killed In Elephant Attack In Keonjhar District

ଭୁବନେଶ୍ୱର: ରାଜଧାନୀରେ ଉପଦ୍ରବ ମଚାଇଛନ୍ତି ତିନୋଟି ହାତୀ। ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ତିନୋଟି ହାତୀ ପଶି ଉପଦ୍ରବ କରିଛନ୍ତି।ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ବସ୍ତି ଭିତରେ ପଶି ଉତ୍ପାତ କରିଥିଲେ। ଲୋକଙ୍କ ଘର ଭାଙ୍ଗିବା ସହ କିଛି ଜିନିଷପତ୍ର ବି ନଷ୍ଟ କରିଦେଇଥିଲେ। ଏହାସହ ଗାଡ଼ି ଗୁଡ଼ିକ ଭଙ୍ଗାରୁଜା କରିଥିଲେ।

ବିଳମ୍ବିତ ରାତିରେ ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଜୀବନ ବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ। ଏହି ସମୟରେ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି। ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରୁ ବିଭିନ୍ନ ସ୍ଥାନରେ ହାତୀ ପଲ ଉପଦ୍ରବ କରୁଥିବା ଖବର ପ୍ରତିଦିନ ଆସୁଛି। ହାତୀ ଆକ୍ରମଣରେ କାହାର ମୃତ୍ୟୁ ଘଟୁଥିବା ବେଳେ କାହାର ଘର ହାତୀପଲ ଭାଙ୍ଗି ଦେଉଛନ୍ତି, ଆଉ କାହାର ଫସଲ ମଧ୍ୟ ନଷ୍ଟ କରି ଦେଉଛନ୍ତି।

Also Read  Panchayat Elections: BJP targets 9 seats at the Lok Sabha