ରାଜଧାନୀର ଦଶଟି ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷିତ

0
835
ମାଇକ୍ରୋ କଣ୍ଟେନମେଣ୍ଟ ଘୋଷିତ
ମାଇକ୍ରୋ କଣ୍ଟେନମେଣ୍ଟ ଘୋଷିତ

ଭୁବନେଶ୍ୱର: ରାଜଧାନୀର ଦଶଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ସାଉଥ୍-ୱେଷ୍ଟ୍ ଏବଂ ଉତ୍ତର ଜୋନର ଏହି ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି।

କଳିଙ୍ଗନଗରର ବିପୁଲ ଗାର୍ଡେନରେ ୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଠିକ୍ ସେହିପରି ୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଖଣ୍ଡଗିରିର ଅନ୍ନପୂର୍ଣ୍ଣା ଫାଇନାନ୍ସକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ପୋଖରିପୁଟର ବିଡିଏ କଲୋନିରେ ୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ବି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି।

ଅପରପକ୍ଷରେ ୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଜାଗମରାର ସିଦ୍ଧିବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କଳିଙ୍ଗନଗରର ଗ୍ୟାଲେକ୍ସି ରେସିଡେନ୍ସିରେ ୪ଜଣ ଓ ରାଜଭବନ ନିକଟସ୍ଥ ସୂର୍ଯ୍ୟନଗରରେ ୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଫାଇନାନ୍ସକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ବିଏମସି ପକ୍ଷରୁ ଉତ୍ତର ଜୋନରେ ବି ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ରାଜଧାନୀର ଜାଭିଅର୍ ଇନଷ୍ଟିଚ୍ୟୁଟର ହଷ୍ଟେଲ, ଗାଡ଼କଣର ନେତାଜୀ ସୁଭାଷ ଏନକ୍ଲେଭ୍, ପଟିଆର ଖାରବେଳ ଇଷ୍ଟ ଭ୍ୟୁ ଆପାର୍ଟମେଣ୍ଟ ଓ ହଂସପାଳର ଲକ୍ଷ୍ମୀ ରେସିଡେନ୍ସିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମ୍‌ସି କଟକଣା ଜାରି କରିଛି। ଏହି ଅଞ୍ଚଳରେ ସମ୍ପୃକ୍ତ ୱାର୍ଡ ଅଫିସର୍‌ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କରିବେ।

Also Read  Sundargarh District of Odisha awarded as Best Performing District