ଫେବ୍ରୁଆରୀ ୧୦ରୁ ୫ ରାଜ୍ୟରେ ମତଦାନ : ରାଲି, ସମାବେଶ ଉପରେ ଲାଗିଲା ରୋକ

0
297
ମୁଖ୍ୟ ନିର୍ବାଚନ କମିଶନ ସୁଶିଲ ଚନ୍ଦ୍ରା
ମୁଖ୍ୟ ନିର୍ବାଚନ କମିଶନ ସୁଶିଲ ଚନ୍ଦ୍ରା

ଭୁବନେଶ୍ୱର : ପାଞ୍ଚ ରାଜ୍ୟରେ ୭ଟି ପାର୍ଯ୍ୟାୟରେ ମତଦାନ କରାଯିବ । ଫେବ୍ରୁଆରୀ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ । ତେବେ ଏଥର କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି କୌଣସି ପାର୍ଟି ନିର୍ବାଚନ ରାଲି କିମ୍ବା ସମାବେଶ କରିପାରିବେ ନାହିଁ । କେବଳ ସେତିକି ନୁହେଁ ବାଇକ, ସାଇକେଲ ରାଲି ହୋଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁଶିଲ ଚନ୍ଦ୍ରା କହିଛନ୍ତି ।

ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ  ଚନ୍ଦ୍ରା କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ, ୧୪ରେ ଦ୍ୱିତୀୟ ପର୍ଯ୍ୟାୟ, ୨୦ରେ ତୃତୀୟ ପର୍ଯ୍ୟାୟ, ୨୩ରେ ଚତୁର୍ଥ ପର୍ଯ୍ୟାୟ, ୨୭ ପଞ୍ଚମ ପର୍ଯ୍ୟାୟ ଓ ମାର୍ଚ୍ଚ ୩ ଏବଂ ୬ରେ ସପ୍ତମ ପର୍ଯ୍ୟାୟ ମତଦାନ କରାଯିବ । ସେହିପରି ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ମଣିପୁରରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମଣିପୁରରେ ଫେବ୍ରୁଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖରେ ମତଦାନ କରାଯିବ । ତେବେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ପାଇଁ ନିଷ୍ପତ୍ତି ହୋଇଛି ।

୫ରାଜ୍ୟର ୬୯୦ଆସନରେ ହେବ ମତଦାନ । ୨୯.୪ଲକ୍ଷ ନୂଆ ମତଦାତା ଦେବେ ଭୋଟ୍ ଦେବାକୁ ଥିବା ବେଳେ ୧୮.୩କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ୨ଲକ୍ଷ ୧୫ହଜାରରୁ ଅଧିକ ପୋଲିଂ ବୁଥରେ ହେବ ମତଦାନ । ପୂର୍ବାପେକ୍ଷା ମତଦାନ କେନ୍ଦ୍ରରେ ୧୬% ବୃଦ୍ଧି । ସବୁ ପୋଲିଂ ବୁଥରେ ହ୍ୱିଲ୍ ଚେୟାର ରହିବ ।

ଗୋଆ, ମଣିପୁରର ପ୍ରାର୍ଥୀ ପ୍ରଚାରରେ ସର୍ବାଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୟୁପି, ମଣିପୁର ଓ ପଞ୍ଜାବର ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ । CIVIGIL ଆପ୍ ଦ୍ୱାରା ସାଧାରଣ ନାଗରିକ ନିର୍ବାଚନରେ ହେଉଥିବା ଅନୈତିକ କାର୍ଯ୍ୟକଳାପ ବାବଦରେ ଅଭିଯୋଗ କରିପାରିବେ । ସି-ଭିଜିଲ୍ ଆପରେ କୌଣସି ଦଳ ଲାଞ୍ଚ ବାଣ୍ଟୁଥିବାର ଭିଡିଓ ମଧ୍ୟ ନାଗରିକ ଅପଲୋଡ୍ କରିପାରିବେ । ‘ସୁବିଧା’ ଆପ୍ ଦ୍ୱାରା ରାଜନୈତିକ ଦଳ ସଭା ପାଇଁ ଆବେଦନ କରିପାରିବେ ।

Also Read  ରାଜ୍ୟରେ ନିମ୍ନଗାମୀ ସଂକ୍ରମଣ : ଦିନକରେ ୧୫୦୩ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here