ପଶ୍ଚିମବଙ୍ଗରୁ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କଲା ଏସଟିଏଫ୍

0
359
ଡ୍ରଗ୍ସ ମାଫିଆକୁ ଗିରଫ କଲା ଏସଟିଏଫ୍
ଡ୍ରଗ୍ସ ମାଫିଆକୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଶା ଏସଟିଏଫର ଚଢ଼ାଉ । ଧରାପଡ଼ିଲା କୁଖ୍ୟାତ୍ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା ବରନାଳଡାହାରୁ ଏସକେ. ଲାଲୁକୁ ଗିରଫ କରାଯାଇଛି ।

ଗିରଫ ପରେ ଏସକେ. ଲାଲୁକୁ ୫ ଦିନିଆ ଟାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ୍ । ଗତ ଅକ୍ଟୋବର ୨୦ ତାରିଖରେ ଏସଟିଏଫ୍ ସଫିକୁଲ ଏସକେକୁ ଗିରଫ କରିଥିଲା । ତା’ଠାରୁ ୧ କେଜି ୪୩ ଗ୍ରାମ୍ ବ୍ରାଉନସଗୁର ଜବତ କରାଯାଇଥିଲା । ଜେରା ବେଳେ ସଫିକୁଲ ମାନିଥିଲା ସେ ଏସେକେ. ଲାଲୁଠାରୁ ବ୍ରାଉନସୁଗର ଆଣୁଛି ।

ଏହାପରେ ଏସକେ.ଲାଲୁକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ରେଡ୍ ପରେ ଏସକେ.ଲାଲୁ ଧରାପଡ଼ିଛି । ଗିରଫ ପରେ ଏସକେ.ଲାଲୁକୁ ଏସଟିଏଫ୍ ସ୍ଥାନୀୟ ସିଜେଏମ୍ କୋର୍ଟରେ ହାଜର କରି ୫ ଦିନିଆ ଟାଞ୍ଜିଟରେ ରିମାଣ୍ଡରେ ଆଣିଛି ।

Also Read  ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ: ମେ ୩୧ରେ ଭୋଟଗ୍ରହଣ, ଜୁନ୍ ୩ରେ ହେବ ଭୋଟଗଣତି

LEAVE A REPLY

Please enter your comment!
Please enter your name here