୧୨ ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ

0
738
କୂଅରୁ ଉଦ୍ଧାର ହେଲା ହାତୀଛୁଆ
କୂଅରୁ ଉଦ୍ଧାର ହେଲା ହାତୀଛୁଆ

ଚିତ୍ରଡ଼ା : ଦୀର୍ଘ ୧୨ ଘଣ୍ଟ ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ହାତୀଛୁଆ ଉଦ୍ଧାର ହୋଇଛି। ଅଗ୍ନିଶମ ବିଭାଗ ଓ ବନବିଭାଗର ଉଦ୍ୟମ ପରେ ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ହାତୀ ଛୁଆଟି କୂଅରେ ପଡ଼ିଯିବା ପରେ ହାତୀ ପଲ ତାକୁ ଜଗି ରହିଥିଲେ । ମୟୁରଭଂଜ ବେତନଟୀ ବ୍ଲକ ରାସଗୋବିନ୍ଦପୁର ରେଂଜ ଅଧୀନ ଚାକୁଣ୍ଡାପଦା ଗାଁର ଏଭଳି ଘଟଣା ଘଟିଛି । ହାତୀଛୁଆ କୂଅରେ ପଡିବା ପରେ ମାଆ ହାତୀ ଗାଡି ଭଙ୍ଗାରୁଜା କରିଥିଲା । ହାତୀପଲ ବି ଗାଁରେ ଘର ଭଙ୍ଗାରୁଜା କରିଛନ୍ତି ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ୍ ସୁରେଇଡିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ବିଳମ୍ବିତ ରାତିରେ କୂଅ ଭିତରେ ହାତୀ ଶାବକ ଖସିପଡ଼ିଥିଲା। ଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବନବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ସୁରେଇଡ଼ିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ଏକ କୂଅ ଭିତରେ ଏକ ହାତୀଛୁଆ ପଡ଼ିଯିବା ପରେ ରାତିତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଥିଲେ।

ଖବରରୁ ପ୍ରକାଶ କି ଉକ୍ତ ଅଞ୍ଚଳରେ ଏକ ୧୫ ଟିକିଆ ହାତୀପଲ ଗତ କିଛି ଦିନଧରି ବିଚରଣ କରୁଥିବା ବେଳେ ସବୁଦିନଭଳି ଶନିବାର ମଧ୍ୟ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ଏକ ହାତୀଛୁଆ ପଡ଼ିଯାଇଥିଲା। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ହାତୀପଲଙ୍କ ଦୌରାତ୍ମ୍ୟ। ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ବେତନଟୀରୁ ଆସିଥିବା ଦୁଇଟି ଟିମ୍ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ କାହାରିକୁ ଆସିବାକୁ ଦେଉ ନାହାନ୍ତିl ପୁନଶ୍ଚ ହାତୀଛୁଆ କୂଅରେ ପଡ଼ିଯିବାପରେ ପୁରା ହାତୀପଲ ଉଗ୍ର ହୋଇପଡ଼ିଥିଲେ।

Also Read  Fisherman disappear upon boat overturning in Rengali Reservoir in Angul