ପଞ୍ଜାବରେ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲା ଆପ୍

0
638
ଆପ୍ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି
ଆପ୍ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି(ଆପ୍)। ଆପ୍ କାହାକୁ ପ୍ରାର୍ଥୀ କରିବ, ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଆପ୍ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରି କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ପାର୍ଟି ଦ୍ୱାରା ଦିଆଯାଇଥିବା ନମ୍ବରରେ ଫୋନ୍ କଲ, ଏସଏମଏସ ଏବଂ ହ୍ବାଟସଆପରେ ଆସିଥିବା ବାର୍ତ୍ତାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଭଗବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପ‌ାଇଁ ଭୋଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ଭଗବନ୍ତ ମାନ କହିଛନ୍ତି ଯେ, ଅସୁବିଧାକୁ କିପରି ଦୂର କରାଯିବ ପଞ୍ଜାବ ଜାଣେ। ଆଶା ହରାନ୍ତୁ ନାହିଁ। ଏବେ ଚାକିରି ପାଇଁ କେହି ବାହାରକୁ ଯିବେ ନାହିଁ। ମୁଁ କୌଣସି ଚେଲା ପାଇଁ ନୁହେଁ, ଗରିବଙ୍କ ସପକ୍ଷରେ ମୋର କଲମ ବ୍ୟବହାର କରିବି। ସରକାର ଗଠନ ଆମ ସମସ୍ତଙ୍କର ଦାୟିତ୍ବ ଅଟେ। ପଞ୍ଜାବକୁ ପଞ୍ଜାବ କରିବାକୁ ପଡିବ, ଲଣ୍ଡନ-କାଲିଫର୍ଣ୍ଣିଆର ସ୍ୱପ୍ନ ଆମେ ବହୁତ ଦେଖିଦେଲେ। ଦଳ ଏକ ବଡ଼ ଦାୟିତ୍ୱ ଦେଇଛି। ଲୋକଙ୍କର ମୋ ଉପରେ ବିଶ୍ୱାସ ଅଛି। ମୁଁ ଆଗକୁ ଦୁଇଗୁଣା ଉତ୍ସାହ ସହିତ କାମ କରିବି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାର ଦାୟିତ୍ବ ପଞ୍ଜାବବାସୀଙ୍କୁ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଫୋନ ନମ୍ବର ଜାରି କରିବା ସହ ମନ ପସନ୍ଦର ପ୍ରାର୍ଥୀର ନାଁ ଦେବାକୁ କୁହାଯାଇଥିବା ବେଳେ ଅଧିକାଂଶ ଲୋକେ ଭଗବନ୍ତ ମାନଙ୍କ ନାଁ ଦେଇଥିଲେ।

Also Read  ପୁରୀ ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ଯାଉଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ