ରାଜଧାନୀରେ ଉଦଘାଟନ ହେବ ୨୦୦ କୋଟିର ପ୍ରକଳ୍ପ ଖୁବଶୀଘ୍ର

0
469

ଭୁବନେଶ୍ୱର:  ଖୁବଶୀଘ୍ର ରାଜଧାନୀରେ ଉଦଘାଟନ ହେବ ୨୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ । ସ୍ମାର୍ଟସିଟିର ୩ଟି ବୃହତ ପ୍ରକଳ୍ପର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ ସହିତ ସତ୍ୟନଗରରେ ୧୧ତାଲା ଵିଶିଷ୍ଟ ବିଏମସିର ନୂତନ କାର୍ଯ୍ୟାଳୟ ଓ ବାପୁଜୀ ନଗରରେ ଆଉ ଏକ ପ୍ରକଳ୍ପର ଉଦଘାଟନ କରାଯିବ ।

ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ଏ ଗୁଡ଼ିକ ଉଦଘାଟନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ସମସ୍ତ ୩ଟି ପ୍ରକଳ୍ପରେ ପ୍ରାୟ ୨୩୦କୋଟି ଟଙ୍କା ବିନିଯୋଗ ହୋଇଛି । ବିଏମସି ନୂତନ କାର୍ଯ୍ୟାଳୟରେ ୧୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମଲ୍ଟି ଲେବେଲ କାର ପାର୍କିଂ ପାଇଁ ୧୦୮କୋଟି ଓ ବାପୁଜୀ ନଗରରେ ଏକ ପ୍ରକଳ୍ପ ପାଇଁ ପ୍ରାୟ ୨୦କୋଟି ଟଙ୍କା ବିନିଯୋଗ ହୋଇଛି । ତ୍ୟନଗରସ୍ଥିତ ବିଏମସିର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲେ ସେଠାରେ ଗୋଟିଏ କୋଠାରେ ବିଏମସି, ବିଡିଏ ଓ ସ୍ମାର୍ଟସିଟି କାର୍ଯ୍ୟାଳୟ ରହିବ । ଅବଶିଷ୍ଟ ଉପର ୫ଟି ମହଲା କର୍ପୋରେଟ କାର୍ଯ୍ୟାଳୟ ପାଇଁ ଲିଜ ସୂତ୍ରରେ ଦିଆଯିବ ବୋଲି ସୂଚନା ମିଳିଛି ।

Also Read  ଓଡ଼ିଶାରେ ଲଘୁଚାପ ପ୍ରଭାବ ପଡ଼ିବନି : ହେଲେ କେଉଁ ଜିଲ୍ଲାରେ ବର୍ଷା ହେବ ?

LEAVE A REPLY

Please enter your comment!
Please enter your name here