ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ସଂସଦରେ ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସଂସଦରେ ନିଜ ମାତୃଭାଷା ଓଡ଼ିଆରେ ଶପଥ ନେଇଥିଲେ ଏହି ଦୁଇ ସାଂସଦ । ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର ।