ରାଜ୍ୟର ଶତ ପ୍ରତିଶତ ଟିକାକରଣରେ ବାଧକ ସାଜିଛନ୍ତି ପ୍ରବାସୀ

0
757
ଟିକାକରଣରେ ବାଧକ ସାଜିଛନ୍ତି ପ୍ରବାସୀ
ଟିକାକରଣରେ ବାଧକ ସାଜିଛନ୍ତି ପ୍ରବାସୀ

ଭୁବନେଶ୍ୱର : ରାଜ୍ୟର କରୋନା ଟିକାକରଣ ଲକ୍ଷ୍ୟ ହାସଲରେ ବାଧକ ସାଜିବେ ପ୍ରବାସୀ ଓଡ଼ିଆ। ଚଳିତମାସ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଅତି କମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ପ୍ରାୟ ୧୦ ଲକ୍ଷ ଓଡ଼ିଆ ଦେଶର ବିଭିନ୍ନ ସ୍ଥାନରେ ରହୁଥିବାରୁ ସେମାନଙ୍କୁ ରାଜ୍ୟ ଟିକାକରଣ ତାଲିକାରେ ସାମିଲ କରିବା ସମ୍ଭବ ହେଉ ନାହିଁ। କରୋନାର ପ୍ରଥମ ଲହରରେ ପ୍ରବାସୀଙ୍କ ଫେରନ୍ତାଙ୍କୁ ଚିନ୍ତା ବଢ଼ିଥିବା ବେଳେ ଏବେ ପ୍ରବାସୀଙ୍କ ବାହାରେ ରହିବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ରାଜ୍ୟ ସରକାର ଧାର୍ଯ୍ୟ ଟିକାକରଣର ଡେଡ୍‌ଲାଇନ୍‌କୁ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି।

ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୨୫ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏ ପର୍ଯ୍ୟନ୍ତ ୧୮ବର୍ଷରୁ ଅଧିକ ୩.୦୨କୋଟି ଲୋକ ନିଜର ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ୨.୩ କୋଟିରୁ ଅଧିକ ଡବଲ ଡୋଜ୍ ନେଇ ସାରିଲେଣି। ଯାହାକି ଯୋଗ୍ୟ ହିତାଧିକାରୀଙ୍କ ଯଥାକ୍ରମେ ୯୩ ଓ ୭୧ ପ୍ରତିଶତରୁ ଅଧିକ। ମାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟକୁ ହିସାବକୁ ନେଲେ ଡବଲ ଡୋଜ୍ ଟିକାକରଣରେ ଓଡ଼ିଶା ପଛ‌ରେ ରହିଛି।

Also Read  Sundergarh BJD cries to get a seat in the state cabinet: Activists protest demanding same