କୋଭିଡ ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ

0
550
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡ଼ିଛି ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଅଛି। ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ।

ସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି ମଧ୍ୟ କହିଛନ୍ତି, ନିଜକୁ ବିପଦମୁକ୍ତ କରି ରଖନ୍ତୁ। ଏହାର ଉପାୟ ହେଉଛି, ଯେଉଁମାନେ ଟିକା ନେଇନାହାନ୍ତି, ଟିକା ନିଅନ୍ତୁ। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ। ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା।

ନିଓକୋଭର ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ। ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବା।
ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ କମିଚାଲିଛି। ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ। ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି। ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରି କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ।

Also Read  BMW iX1 Long Wheelbase Now Available In New Colour And Upholstery Options