ପୁଣି ଦୈନିକ ସଂକ୍ରମଣ କମିଲା : ପଜିଟିଭିଟି ରେଟ୍‌ ବଢ଼ିଲା

0
883
ପୁଣି ଦୈନିକ ସଂକ୍ରମଣ କମିଲା
ପୁଣି ଦୈନିକ ସଂକ୍ରମଣ କମିଲା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। ହେଲେ ଟେଷ୍ଟ ପଜିଟିଭିଟି ରେଟ୍‌ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଉଛି। ବିଶେଷଜ୍ଞ ମତରେ ଦୈନିକ ଟେଷ୍ଟକୁ ଆଧାର କରି ଟିପିଆର ବା ପଜିଟିଭିଟି ରେଟ୍‌ ଆକଳନ କରାଯାଏ। ପଜିଟିଭିଟି ରେଟ୍‌ ବଢ଼ିବା ଅର୍ଥ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ରହିଛି। କେବଳ ଟେଷ୍ଟ ସଂଖ୍ୟା କମିଥିବାରୁ ଦୈନିକ ସଂକ୍ରମଣ ହ୍ରାସ ପାଉଛି ବୋଲି ସେମାନେ କହିଛନ୍ତି।

୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୪,୨୮୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଶନିବାର ୨,୩୫,୫୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ରମାଗତ ୬ ଦିନ ପାଇଁ ଦେଶରେ ୩ ଲକ୍ଷରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୧୦,୯୨,୫୨୨କୁ ବୃଦ୍ଧି ପାଇଛି।

ସେହିପରି କରୋନା ମୃତ୍ୟୁ ତାଲିକାରେ ଆଉ ୮୯୩ ଜଣଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୪,୦୯୧କୁ ବୃଦ୍ଧି ପାଇଛି। ଦେଶର ମୃତ୍ୟୁହାର ୧.୨୦% ରହିଛି। ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ପୁଣି ଥରେ ଅଧିକ ରହିଛି। ୨୪ ଘଣ୍ଟା ମଧ୍ୟରେ ୩,୫୨,୭୮୪ ଜଣ କରୋନାକୁ ମାତ ଦେଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୮୭,୧୩,୪୯୪କୁ ବଢ଼ିଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ହାର ମୋଟ ସଂକ୍ରମିତଙ୍କ ତୁଳନାରେ ୪.୫୯%।

Also Read  India's Daily Covid-19 Cases number show declining trend