ପଦ୍ମବେଶରେ ଦର୍ଶନ ଦେବେ କାଳିଆ ଠାକୁର

0
607

ପୁରୀ : ଆଜି ଶ୍ରୀଜିଉଙ୍କର ପଦ୍ମବେଶ। ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ  କାଳିଆ ଠାକୁର। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ବଡ଼ ଛତା ମଠ ସମସ୍ତ ସାମଗ୍ରୀ ଯୋଗାଇଥାଏ॥ ମାଘ ମାସ ଅମାବାସ୍ୟାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସଜିତ କରାଯାଇଥାଏ। ଶ୍ରୀବିଗ୍ରହମାନେ ପ୍ରତ୍ୟେକ ରାତିରେ ବଡ ସିଂହାର ବେଶରେ ପହୁଡ଼ ଯାଇଥାନ୍ତି।

ମାତ୍ର ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଇଥାନ୍ତି। ପଦ୍ମବେଶ ପାଇଁ ଆବଶ୍ୟକ ସାମଗ୍ରୀ ଦୀର୍ଘ ଦେଢ଼ ମାସ ହେଲା ସେବାୟତମାନେ ପ୍ରସ୍ତୁତ କରିଥିଲେ। ବେଶ ପାଇଁ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ, ଡାଳିଲତା ଆଦି ସୋଲରେ ତିଆରି କରାଯାଇଥାଏ। ମୁଖ୍ୟତଃ ବେଶରେ ୮୦ଟି ଛୋଟ ପଦ୍ମ, ୪ଟି ପଦ୍ମକଢ଼ି ବା କର ପଲ୍ଲବ, ୪ଟି ହଂସ ଓ ୭ଟି ଗଛ ସହ ବିଭିନ୍ନ ଅଳଙ୍କାର ପ୍ରସ୍ତୁତ କରାଯାଇଛି।

 

Also Read  Krishna, The First Cadet Training Ship Launched