ରାଜ୍ୟରେ ଡେଲଟା ପାଇଁ ବଢ଼ୁଛି ମୃତ୍ୟୁ

0
449
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି। କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି। ଓମି ସିୟର କିଟରେ ହାରାହାରି ୩୧,୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭୨୯ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ହାରାହାରି ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନମ ସିକ୍ୟୁନସିଂ ଡାଟା ଏବଂ ଓମି ସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି। ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ହାତକୁ ନେବେ। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ଓମି କ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେ଼ଲ୍ଟାର ଉପସ୍ଥିତି ରହିଛି ସେହି କାରଣରୁ ମୃତ୍ୟୁ ହେଉଛି। ବର୍ତ୍ତମାନ ଡେ଼ଲ୍ଟା ଆଧିପତ୍ୟ ବିସ୍ତାର କରି ରହିଛି।

ସୂଚନାଯୋଗ୍ୟ, ଗତକାଲି ୩୪୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Also Read  East Coast Railway to train 2500 Youths through Rail Skills Dev. Scheme