ଦେଶରେ ଦେଢ଼ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଉ ୧୦୭୨ ମୃତ

0
263

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନାର ତୃତୀୟ ଲହର ଦୁର୍ବଳ ହେବାରେ ଲାଗିଛି। ଏବେ ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ୧,୪୯,୩୯୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ଠାରୁ ଏହା ୧୩% କମ। ଦେଶରେ ପଜିଟିଭିଟି ରେଟ ୯.୨୭% ଥିବା ବେଳେ ସାପ୍ତାହିକ ଟିପିଆର ୧୨.୦୩% ରହିଛି।

ସେହିପରି କରୋନା ମୃତ୍ୟୁ ତାଲିକାରେ ଆଉ ୧୦୭୨ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ବିଭିନ୍ନ ରାଜ୍ୟରେ କରୋନା ମୃତ୍ୟୁଜନିତ ଅଡିଟ ବେଳେ ମୃତକଙ୍କ ସମ୍ପର୍କରେ ତଥ୍ୟ ମିଳୁଛି। ଫଳରେ ଏଗୁଡ଼ିକ ଦେଶର କରୋନା ଜନିତ ମୃତ୍ୟୁ ତାଲିକାରେ ସାମିଲ କରାଯାଉଛି। ନୂଆ ମୃତକଙ୍କୁ ମିଶାଇ ଦେଶର ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୦୦,୦୫୫କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୨,୪୬,୬୭୪ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ଆକ୍ଟିଭ କେସ୍‌ ହ୍ରାସ ପାଇଛି। ବର୍ତ୍ତମାନ ବିଭିନ୍ନ ହସ୍ପିଟାଲ ଓ ଘରେ ରହି ୧୪,୩୫,୫୬୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗୁରୁବାର ତୁଳନାରେ ଆଜି ଆକ୍ଟିଭ କେସ୍‌ ସଂଖ୍ୟା ୯୮,୩୫୨ କମ।

ଏଯାଏ ଦେଶରେ କରୋନାରେ ମୋଟ ୪,୧୯,୫୨,୭୨୧ ଜଣ ଆକ୍ରାନ୍ତ ହେଲେଣି। ଏମାନଙ୍କ ମଧ୍ୟରୁ ୪,୦୦,୧୭,୦୮୮ ଜଣ ସୁସ୍ଥ ହୋଇଛନ୍ତି। ଏହାର ଅର୍ଥ ଦେଶର ଆରୋଗ୍ୟ ହାର ୯୫.୩୯% ରହିଛି। ଦିନରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରୁ ସର୍ବାଧିକ ୪୨,୬୭୭ ଜଣ ଆକ୍ରାନ୍ତ ରହିଛନ୍ତି। କର୍ଣ୍ଣାଟକାରେ ୧୬,୪୩୬, ମହାରାଷ୍ଟ୍ରରେ ୧୫,୨୫୨, ତାମିଲନାଡୁରେ ୧୧,୯୯୩ ଓ ରାଜସ୍ଥାନରେ ୮,୦୭୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋଟ ସଂକ୍ରମଣର ୬୦% ଆକ୍ରାନ୍ତ ଏହି ୫ ରାଜ୍ୟରୁ ଚିହ୍ନଟ ହୋଇଛି। ଏହା ମଧ୍ୟରୁ କେବଳ କେରଳ ଭାଗ ହେଉଛି ୨୮.୫୭%।

ଅନ୍ୟପକ୍ଷରେ ଦେଶରେ କରୋନା ବିରୋଧୀ ଟିକାକରଣ ମଧ୍ୟ ଦ୍ରୁତଗତିରେ ଚାଲିଛି। ୨୪ ଘଣ୍ଟାରେ ୫୫,୫୮,୭୬୦ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୧୬୮,୪୭,୧୬,୦୬୮ ଡୋଜ୍‌ର ଟିକାକରଣ ହେଲାଣି। ଦିନକରେ ୧୬,୧୧,୬୬୬ଟି ନମୁନା ପରୀକ୍ଷା କରାଯଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି।

Also Read  ଅଭିନେତ୍ରୀଙ୍କୁ ଚୂନ ଲଗାଇଲେ ଠକ, ଆକାଉଣ୍ଟରୁ ଖାଲି କରିଦେଲେ ୪ କୋଟି ଟଙ୍କା

LEAVE A REPLY

Please enter your comment!
Please enter your name here