ବନ୍ଦ ହେବ ଜନ୍‌ସନ ପାଉଡର ! ପାଉଡର ଲଗାଇଲେ କ୍ୟାନ୍ସର ଭଳି ଦୁରାରୋଗ୍ୟ ହେଉଥିବା ଅଭିଯାଗ

0
375
johnson-johnsons-talcum-powder-will-be-discontinued soon
Image Credit- NDtv

ଖୁବଶିଘ୍ର ବନ୍ଦ ହେବ ଜନ୍‌ସନ ଆଣ୍ଡ ଜନ୍‌ସନ ପାଉଡର ! ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀ ନିଜ ଟାଲକମ୍‌ ବେବି ପାଉଡର ପ୍ରଡକ୍ଟର ବିକ୍ରି ସାରା ବିଶ୍ୱରେ ବନ୍ଦ କରିଦେବ। ରିପୋର୍ଟ ମୁତାବକ, କମ୍ପାନୀ ଅନେକ ବର୍ଷ ହେବ ଆମେରିକା ଏବଂ କାନାଡାରେ ଏହି ଉତ୍ପାଦ ବିରୋଧରେ ଚାଲିଥିବା ଆଇନଗତ ଲଢ଼େଇରେ ବିରକ୍ତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ଏ ନେଇ ଜନ୍‌ସନ ଆଣ୍ଡ ଜନ୍‌ସନ ଗୁରୁବାର କହିଛି କି, କମ୍ପାନୀର ବ୍ୟବସାୟିକ ନିଷ୍ପତ୍ତି ଅନୁସାରେ, ସେ ନିଜର ସମସ୍ତ ବେସ୍‌ ପାଉଡର ପ୍ରଡକ୍ଟରେ ଟାଲକମ୍‌ ପାଉଡର ପରିବର୍ତ୍ତେ କର୍ନ ଷ୍ଟାର୍ଚ (କର୍ନ ଫ୍ଲୋର୍‌) ପ୍ରୟୋଗ କରିବ। ଅନେକ ବର୍ଷ ଧରି କ୍ୟାନ୍‌ସର ମାମଲାଗୁଡ଼ିକରେ ଜନ୍‌ସନ ଆଣ୍ଡ ଜନ୍‌ସନ ବେବି ପାଉଡରର ନାମ ସାମ୍ନାକୁ ଆସୁଛି।

କମ୍ପାନୀ ବିରୋଧରେ ଅଭିଯୋଗ ଲାଗିଛି ଯେ Johnson & Johnson କମ୍ପାନୀ ଏହି ଉତ୍ପାଦରୁ କ୍ୟାନ୍‌ସର ବିପଦକୁ ଲୁଚାଇଛି। ତେବେ ଜନ୍‌ସନ ଆଣ୍ଡ ଜନ୍‌ସନର ପ୍ରବକ୍ତା ମେଲିସା ଓ୍ଵିଟ୍‌ ଇମେଲରେ ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି, ଆମେ କ୍ରମାଗତ ଭାବରେ ଉତ୍ପାଦଗୁଡ଼ିକୁ ଯାଞ୍ଚ କରିବା ଜାରି ରଖିଛୁ ଏବଂ ଦୀର୍ଘକାଳୀନ ବ୍ୟବସାୟ ପାଇଁ ଉନ୍ନତ ବିକଳ୍ପ ଖୋଜୁଛୁ।

କହି ରଖୁଛୁ, ଜନ୍‌ସନ ଆଣ୍ଡ ଜନ୍‌ସନ ବେବି ପାଉଡର ଉପରେ କେବଳ ଆମେରିକାରେ ହିଁ ୪୦,୩୦୦ ଆଇନଗତ ମାମଲା ପଞ୍ଜୀକୃତ ହୋଇଛି।

Also Read  ଦକ୍ଷିଣ ଆଫ୍ରିକାରେ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ୩୦୦ରୁ ଊର୍ଦ୍ଧ୍ବ ମୃତ