ଦୁଇଦିନ ପରେ ଉଦ୍ଧାର ହେଲେ ଯୁବକ : ଫସି ରହିଥିଲେ ପାହାଡ଼ ସନ୍ଧିରେ

0
351

ଥିରୁଅନନ୍ତପୁରମ:  ଦୁଇଦିନ ପରେ ଉଦ୍ଧାର ହୋଇଛନ୍ତି ଜଣେ ଯୁବକ । କେରଳର ପାଲକ୍କଡର ମାଲାମପୁଜା ଅଞ୍ଚଳରେ ଥିବା ଛୋଟ ପାହାଡର ଦୁଇଟି ପଥର ସନ୍ଧିରେ ଫସି ରହିଥିଲେ ଆର ବାବୁ ନାମକ ଯୁବକ । ସ୍ଥଳସେନାର ଉଦ୍ୟମ ଯୋଗୁ ଆଜି ପୂର୍ବାହ୍ଣ ୧୧ଟାରେ ତାଙ୍କୁ ସରକ୍ଷିତ ଉଦ୍ଧାର କରାଯାଇଛି ।

ଉଦ୍ଧାର ପରେ ଆର ବାବୁ ବେଶ ଖୁସିରେ ଫଟୋ ପୋଜ ଦେଇଛନ୍ତି। ଏହି ସମୟରେ ହେଲମେଟ ପିନ୍ଧିଥିବା ଉଦ୍ଧାରକାରୀ ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଉଦ୍ଧାର ପରେ ଆର ବାବୁ କହିଛନ୍ତି, “ ବହୁତ ଧନ୍ୟବାଦ। ଭାରତୀୟ ଆର୍ମିକୁ ଧନ୍ୟବାଦ। ଏହାପରେ ସେ ସେନା ଯବାନଙ୍କୁ ଧନ୍ୟବାଦ ଦେବାକୁ ଯାଇ କିସ୍‌ କରିଥିଲେ। ଏହାପରେ ଭାରତୀୟ ସେନାର ଜୟ ଓ ଭାରତ ମାତର ଜୟ ନାରା ଦେଇଥିଲେ। ତାଙ୍କୁ ଉଦ୍ଧାର ବେଳର ଭିଡିଓକୁ ଭାରତୀୟ ସେନା ଓ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଏଥିରେ ଆର ବାବୁ ଓ ଯବାନମାନା ରଶି ଦ୍ୱାରା ପାହାଡ଼ର ଉପର ଭାଗକୁ ଆସୁଥିବା ଦୃଶ୍ୟ ରହିଛି।

ସୋମବାର ଆର ବାବୁ ଓ ଆଉ ଦୁଇ ଜଣ ମିଳିତ ଭାବେ ପାହାଡ଼ର ଶୀର୍ଷରେ ପହଞ୍ଚିବାକୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅଧା ରାସ୍ତାରେ ଅନ୍ୟ ଦୁଇ ଜଣ ତଳକୁ ଚାଲି ଆସିଥିଲେ। ଆର ବାବୁ ହାର ନମାନି ପାହାଡ଼ ଉପରକୁ ଯିବାକୁ ଚେଷ୍ଟା କରିଥିଲେ। ଶୀର୍ଷରେ ପହଞ୍ଚିବା ପରେ ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ପଥର ସନ୍ଧିରେ ଫସି ଯାଇଥିଲେ। ସୋମବାର ଠାରୁ ସେ ସେହି ସ୍ଥାନରେ ରହିଥିଲେ।

ପାହାଡ଼ଟି ଅତ୍ୟନ୍ତ ଉଚ୍ଚ ହୋଇଥିବାରୁ ଯୁବକ ଜଣଙ୍କ ତଳକୁ ଆସି ପାରି ନଥିଲେ। ଏହା ଏକ ଲମ୍ବାଳିଆ ପାହାଡ଼। ଅର୍ଥାତ ପଥର ସନ୍ଧିରୁ ଖସିଲେ ସେ ତଳେ ପଡ଼ି ଯିବାର ଆଶଙ୍କା ଥିଲା। ତେଣୁ ଆର୍ମି ଯବାନମାନେ ସ୍ୱତନ୍ତ୍ର ରଶି ଓ ଲକ୍‌ ସିଷ୍ଟମରେ ଉକ୍ତ ସ୍ଥାନରେ ପହଞ୍ଚି ଆର ବାବୁଙ୍କୁ ଉଦ୍ଧାର କରି ଉପରକୁ ଆଣିଛନ୍ତି।

Also Read  ବିଶ୍ବ ପଖାଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ