ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଅଭିଭାବକଙ୍କ ମତାମତ ଗ୍ରହଣ କରାଯିବ

0
477

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାବଦରେ ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ବିଶେଷଜ୍ଞମାନଙ୍କ ସହ ବିସ୍ତୃତ ଆଲୋଚନାପୂର୍ବକ ଏହି ଅଂଶୀଦାରମାନଙ୍କ ମତାମତ ଆଧାରରେ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାଙ୍କନ ନିମନ୍ତେ ଉପଯୁକ୍ତ ପ୍ରସ୍ତାବ ଗ୍ରହଣ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଆଲୋଚନା ନେଇ ସବିଶେଷ ପଦକ୍ଷେପ ଗ୍ରହଣ କରାଯିବ ।

ବିଦ୍ୟାଳୟ ଓ ଗଣାଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ରୁପଦ ସେଠୀ କହିଛନ୍ତି ଯେ କୋଭିଡ-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ୍ ସମୟ ସୃଷ୍ଟି କରିଛି ଏବଂ ଏହି ଆହ୍ୱାନ ଗୁଡ଼ିକୁ ଯଥା ସମ୍ଭବ ସମାଧାନ କରାଯିବ । ଶିକ୍ଷାଦାନ ପୁନରାମ୍ଭର, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ପ୍ରଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନ ଦୂର କରିବା ଉପରେ ଆମେ ପ୍ରଧାନତଃ ଗୁରୁତ୍ୱାରୋପ କରିଛୁ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି । ରାଜ୍ୟରେ ଚଳିତ ବର୍ଷ ଫେବ୍ରୁଆରୀ ୭ତାରିଖଠାରୁ ଅଷ୍ଟମ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ଖୋଲିବା ସହ ଅଫଲାଇନ୍ ଅନ୍‌ଲାଇନ୍‌ରେ ହାଇବ୍ରିଡ ମୋଡ୍‌ରେ ଶିକ୍ଷାଦାନ କରାଯାଉଛି ।

Also Read  Tribal girl thrashed case: Fresh investigation begins from today in Bolangir, Odisha