ଫେବୃଆରୀ ୧୧
ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ପ୍ରକାଶ I ସେ ମାତ୍ର ୧୭ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ I
ଭିଜିଲାନ୍ସ ଟିମ ତାଙ୍କର ସୁନ୍ଦରଗଡ ଘର ଓ ଅଫିସ ରେ ଚଢ଼ାଉ କରିବା ସହ ବାଲିଅନ୍ତା ରେ ଥିବା ତାଙ୍କ ଘର, ଜଗତସିଂହପୁରରେ ଥିବା ଘର, ମଣିଜଙ୍ଗାରେ ଥିବା ଜଣେ ସମ୍ପର୍କୀଙ୍କ ଘର ଓ ରାଜଗାଙ୍ଗପୁରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲେ I ତାଙ୍କର ଭୁବନେଶ୍ୱର ର ନୟାପଲ୍ଲୀ ରେ ମଧ୍ୟ ଗୋଟିଏ ପ୍ଲଟ ଥିବାର ଜଣାଯାଇଛି I
ସେ ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଥାଇ ଏମ୍ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।
ଚଢ଼ାଉ ଚାଲିଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତିରେ ଆକଳନ କରାଯାଇ ନାହିଁ।

























