ଏନଆଏର ବଡ଼ ଖୁଲାସା : ଦାଉଦର ଟାର୍ଗେଟରେ କିଏ ସବୁ ଥିଲେ ?

0
374
ଦାଉଦ ଇବ୍ରାହିମ
ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ : ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଗ୍ୟାଙ୍ଗଷ୍ଟର ତଥା ଡନ୍ ଦାଉଦ ଇବ୍ରାହିମ । ସେ ଗୋଟିଏ ୟୁନିଟ ଗଠନ ବି କରିଥିଲା । ଦେଶର ରାଜନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ କରିଥିଲା । ଭାରତ ଦାଉଦକୁ ପଳାତକ ଘୋଷଣା କରିଥିଲେ ବି ଅନ୍ୟ ଦେଶରେ ରହି ଏକ ବ୍ଲୁ-ପ୍ରିଣ୍ଟପ୍ରସ୍ତୁତ କରିଥିବା ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) କହିଛି।

daud

ବିସ୍ଫୋରକ ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା ଉଦ୍ରେକ କରିବା ଉଦ୍ଦେଶ୍ୟରେ ଦାଉଦ୍‌ ଇବ୍ରାହିମ୍‌ ଏବଂ ତା’ର ସ୍ବତନ୍ତ୍ର ୟୁନିଟ୍‌ ଆକ୍ରମଣ ପାଇଁ ଯୋଜନା କରୁଥିବା କଥା ‘ଏନ୍‌.ଆଇ.ଏ.’ କହିଛି। ଏହାଛଡ଼ା, ଦିଲ୍ଲୀ ଏବଂ ମୁମ୍ବାଇ ଉପରେ ଦାଉଦ୍‌ ଇବ୍ରାହିମ୍‌ର ଦୃଷ୍ଟି ଥିବା କଥା ମଧ୍ୟ ତଦନ୍ତ ଏଜେନ୍‌ସି ‘ଏନ୍‌.ଆଇ.ଏ.’ ସୂଚନା ଦେଇଛି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସଂଶ୍ଳୀ‌ଷ୍ଟ ଥିବା ଦର୍ଶାଇ ନିକଟ ଅତୀତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦାଉଦ୍‌ ଇବ୍ରାହିମ୍‌ ଏବଂ ତା’ର ସହଯୋଗୀଙ୍କ ନାଁରେ ଆର୍ଥିକ ଦୁର୍ନୀତି ମାମଲା ରୁଜୁ କରିଥିଲା। ଏହାଛଡ଼ା, ଶୁକ୍ରବାର ଦିନ ଇକ୍‌ବାଲ୍‌ କାସ୍କର୍‌ଙ୍କୁ ମଧ୍ୟ ଆର୍ଥିକ ଦୁର୍ନୀତି ମାମଲାରେ ଫେବ୍ରୁଆରି ୨୪ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତକୁ ପଠାଇ ଦିଆଯାଇଛି।

Also Read  PM's Pune Visit Cancelled After Heavy Rains